(ନବରଙ୍ଗପୁର ) : ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପୋଡାଲଗୁଡା ପଞ୍ଚାୟତର ପୋଡାଲଗୁଡାଠାରେ ଗତକାଲି ସନ୍ଧ୍ୟା ୭ ଘଟିକା ସମୟରେ ଅଦିନିଆ ବର୍ଷା ଯୋଗୁଁ ବିଜୁଳି ଚଡକ ପଡି ୨୦ଟି ଗାଈଙ୍କ ମୃତ୍ୟୁ ହୋଇଥିବା ସୂଚନାମିଳିଛି ।
ସୂଚାନୁଯାୟୀ , ପୋଡାଲଗୁଡାଠାରେ ବର୍ଷା, ପବନ ଓ ଘଡଘଡି ମାରିବା ଆରମ୍ଭ ହୋଇଥିଲା । ଉକ୍ତ ସମୟରେ ଜସେଫନାମକ ଜଣେ ବ୍ୟକ୍ତିଙ୍କର ଗୁହାଳରେ ଏକ ବଡ ଧରଣର ବିଜୁଳି ଚଡକ ପ୍ରହାର କରିଥିଲା । ଫଳରେ ୨୦ ଗାଈଙ୍କର ଅଚାନକ ମୃତ୍ୟୁ ହୋଇଯାଇଛି ।