ଗାଧୋଉଥିବା ବେଳେ ବୁଡ଼ିଗଲେ ୨ ଯୁବକ

କଟକ : ଗାଧୋଉଥିବା ବେଳେ ବୁଡ଼ିଗଲେ ୨ ଯୁବକ । ଗାଧୋଇବା ବେଳେ ଘଟିଲା ଏଭଳି ଅଘଟଣ। ଏ ଘଟଣା ଘଟିଛି କୁଆଖାଇ ନଦୀରେ। କଟକ ପ୍ରତାପନଗରୀ ନିକଟରେ ୩ ଜଣ ସାଙ୍ଗ ଗାଧୋଉଥିବା ବେଳେ ୨ ଜଣ ଭାସିଯାଇଛନ୍ତି । ଭାସିଯାଇଥିବା ୨ ଯୁବକ ଜଣ ପଟିଆ ଅଞ୍ଚଳର ବୋଲି ସୂଚନା ମିଳିଛି । ଉଦ୍ଧାର ପାଇଁ ସଦର ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ଏ ଯାଏ ଦୁଇଜଣଙ୍କର କିଛି ସୁରାଗ ମିଳିନି ।