୨.୫ କ୍ୱିଣ୍ଟାଲ ଜର୍ଦ୍ଦା ଜବତ

କଟକ: କଟକରୁ ପୁଣି ଜବତ ହେଲା ବିପୁଳ ଗଞ୍ଜେଇ । କଟକ ଉପକଣ୍ଠ ଦାହାପାଟଣାରୁ ଜବତ ହୋଇଛି ୨.୫ କ୍ୱିଣ୍ଟାଲ ନକଲି ଜର୍ଦ୍ଦା । ଜବତ ଗଞ୍ଜେଇର ମୂଲ୍ୟ ୮ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଦୀର୍ଘ ଦିନ ଧରି ଏଠାରେ ବେଆନ ଜର୍ଦ୍ଦା କାରଖାନା ଚାଲୁଥିବା ଅଭିଯୋଗ ଜଣା ପଡିଥିଲା । ଏ ନେଇ ପୋଲିସ ନିକଟରେ କବର ପହଞ୍ଚିବା ପରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ । ତେଣୁ କଟକ ପୋଲିସ କ୍ରାଇମବ୍ରାଞ୍ଚ ଏସଟିଏଫ ସାହାଯ୍ୟରେ ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ କରାଯାଇଛି । ଚଢାଉରେ ୨.୫ କ୍ୱିଣ୍ଟାଲରୁ ଅଧିକ ନକଲି ଜର୍ଦ୍ଦା ଜବତ ହୋଇଛି । ଜବତ ହୋଇଥିବା ଜର୍ଦ୍ଦାର ମୂଲ୍ୟ ୮ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏଥି ସହିତ ବେଆଇନ ଜର୍ଦ୍ଦର୍ା ବିକ୍ରି ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।