୧ କେଜି ୯୦ ଗ୍ରାମ ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର: ଇଣ୍ଟେଲିଜେନ୍ସ ସୂଚନା ଆଧାରରେ ଗତକାଲି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିଛି ଏସଟିଏଫ । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଧୀନ ଘଟିପିରି ଗାଁ କଡ ରାସ୍ତା କଡରୁ ଏସଟିଏଫ ବେଆଇନ ଘୋଷିତ ନୋକେୟାଟିକ ଡ୍ରଗ୍ସ ମାଫିଆ ରାକେଶ ସାହୁ ଓ ସନ୍ତୋଷ ସାହୁଙ୍କୁ ଗିରଫ କରିଛି । ଉଭୟଙ୍କ ଘର ଢେଙ୍କାନାଳ ଜିଲ୍ଲାରେ । ସେମାନଙ୍କ ନିକଟରୁ ୧କିଲୋ ୯୦ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି ।
ଏସଟିଏଫ ସୂଚନା ପାଇଥିଲା କି ଘଟିପିରି ଅଞ୍ଚଳରେ ଧଳା ଜହର କାରବାର ହେଉଛି । ଏହାକୁ ନେଇ ଏସଟିଏଫର ଏକ ଟିମ ଚଢାଉ କରିଥିଲା । ଚଢାଉ ବେଳେ ଘଟିପିରି ଗାଁ ରାସ୍ତା କଡରେ ରୁ ସନ୍ତୋଷ ସାହୁ ଓ ରାକେଶ ସାହୁଙ୍କୁ ସନ୍ଦେହରେ ଅଟକ ରଖିଥିଲା । ସେମାନଙ୍କ ଯାଞ୍ଚ କରିବା ସମୟରେ ସେମାନଙ୍କ ନିକଟରୁ ୧ କିଲୋ ୯୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଏତେ ପରିମାଣର ଧଳା ଜହର କାହିଁକି ନେଉଥିଲେ ସେ ନେଇ ଏସଟିଏଫ ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ ଦୁଇ ଅଭିଯୁକ୍ତ । ଏହା ପରେ ସେମାନଙ୍କୁ ଗିରଫ କରାଯାଇଛି । ଏନେଇ ଏସଟିଏଫ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
୨୦୨୦ ପରଠାରୁ ନାର୍କୋଟିକ ଡ୍ରଗ୍ସ ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନରେ ଏସଟିଏଫ ୪୪ କେଜିରୁ ଅଧିକ ବ୍ରାଉନ ସୁଗାର ଓ ୮୬ କ୍ୱିଣ୍ଟାଲ ୮୧ କିଲୋ ଗଞ୍ଜେଇ ଜବତ କରିସାରିଛି ।