(କୋରାପୁଟ) : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ସିରିଷଗୁଡା ଗ୍ରାମର ଜଣେ ଯୁବକ ପାତାଳୀ ନଦୀରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣକ ହେଉଛନ୍ତି ପାଡୁଆ ଥାନା ପାଡୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିରିଷଗୁଡା ଗ୍ରାମର ବାସନା ସିନ୍ଦେରି(୩୭) । ଚାଷ କାମ କରି ଧୋଇ ହେବାକୁ ଯାଉଥିବା ସମୟରେ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ ।ନନ୍ଦପୁରରୁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନଦୀରୁ ବାସନା ସିନ୍ଦେରିଙ୍କ ମୃତ ଦେହ ଉଦ୍ଧାର କରିଥିଲେ।
ସୂଚାନୁଯାୟୀ , ଆଖ ପାଖରେ ଥିବା ଲୋକେ ବାସନା ସିନ୍ଦେରି ନଦୀରେ ବୁଡ଼ି ଯାଇଥିବା ଦେଖି ପାଟି କରିବା ସହ ସଙ୍ଗେ ସଙ୍ଗେ ସ୍ଥାନୀୟ ପୁଲିସ,ଅଗ୍ନିଶମ ବାହିନୀ ,ସରପଞ୍ଚ ଏବଂ ତହସିଲଦାରଙ୍କୁ ଫୋନ ଯୋଗେ ଅବଗତ କରିଥିଲେ।