ଭୁବନେଶ୍ୱର : ଶେଷ ହେଲା ରାଜ୍ୟ କ୍ୟାବିନେଟ ବୈଠକ | ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକ ଶେଷ | ବୈଠକରେ ୧୯ ଟି ପ୍ରସ୍ତାବ ଉପରେ ବାଜିଲା ମୋହର | ନୂତନ ଉନ୍ନତି ଅଭିଳାଷ ଓଡ଼ିଶା ଯୋଜନାକୁ ମଞ୍ଜୁରୀ | ଆସନ୍ତା ୩ ବର୍ଷ ମଧ୍ୟରେ ୧ ଲକ୍ଷ ଯୁବକ ଯୁବତୀ ଙ୍କୁ କରାଯିବ ଦକ୍ଷ | ଏଥିପାଇଁ ଖର୍ଚ୍ଚ ହେବ ୩୮୫ କୋଟି ଟଙ୍କା | ମାଣ୍ଡିଆର ପ୍ରଚାର ପ୍ରସାର ପାଇଁ ମଧ୍ୟ ହୋଇଛି ସ୍ୱତନ୍ତ୍ର ଯୋଜନା | ସ୍ୱତନ୍ତ୍ର ଯୋଜନା ପାଇଁ କ୍ୟାବିନେଟରେ ଅର୍ଥ ମଞ୍ଜୁର ହୋଇଛି | ଏଥିସହ ଓଡ଼ିଶା ମୋବାଇଲ ଟାୱାର ଓ ଟେଲିଗ୍ରାଫ ନୀତିରେ ସଂଶୋଧନକୁ ମୋହର | ବ୍ୟାଙ୍କ ଶାଖା ନଥିବା ପଞ୍ଚାୟତ କୁ ମିଳିବ ବ୍ୟାଙ୍କିଙ୍ଗସୁବିଧା | ୪୩୭୩ ପଞ୍ଚାୟତ ରେ ଖୋଲିବ CSP ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ |
ଉନ୍ନତ ମାନର ପ୍ରଶିକ୍ଷଣ, ଶିଳ୍ପ ସଂଯୋଗ କୁ ପ୍ରୋତ୍ସାହିତ, ନିଯୁକ୍ତି ଦକ୍ଷତା କ୍ଷେତ୍ରରେ ଏହା ସାହାୟକ ହେ | ଯୁବ ବର୍ଗଙ୍କ ପାଇଁ ନୂତନ ଦକ୍ଷତା ଏବଂ ଛାତ୍ର ଛାତ୍ରୀଙ୍କ ପାଇଁ ଆଡ଼ ଅନ ସ୍କିଲ ପାଠ୍ୟକ୍ରମ, ଉଚ୍ଚ ଶିକ୍ଷା ଯୁବକ ଯୁବତୀ ମାନଙ୍କ ପାଇଁ ଡିଜିଟାଲ ଇ ପାଠ୍ୟକ୍ରମ ରଖାଯିବ | ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଦକ୍ଷତା ବିକାଶ ପାଇଁ ସୁଯୋଗ ଦିଆଯିବ | ନାଇଜର ପରିସରରେ ହେବ କ୍ୟାନ୍ସର ହସ୍ପିଟାଲ | ଟାଟା ମେମୋରିଆଲ ପକ୍ଷରୁ ପ୍ରତିଷ୍ଠା ହେବ କ୍ୟାନ୍ସର ହସ୍ପିଟାଲ | ୪୮.୮୪୨ ଏକର ଜମି ପ୍ରଦାନ କରିବେ ସରକାର | ଅସ୍ତରଙ୍ଗ, ଗୋପ, କାକଟପୁର, ଡେଲାଙ୍ଗ, ପୁରୀ ସଦର ଓ ସତ୍ୟବାଦୀରେ ହେବ ପାନୀୟ ଜଳ ପ୍ରକଳ୍ପ |
