ଭୁବନେଶ୍ୱର– ରାଜ୍ୟରେ ଆଉ ୧୭୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ଯାଏଁ ମୋଟ ୯ଲକ୍ଷ୫୮ହଜାର ୬୦୧ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ।ଏନେଇ ଟ୍ୱିଟ କରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୨୦ ଜଣ ରହିଛନ୍ତି ।
Another 1773 Covid patients have recovered and are being discharged on 01.08.2021
520 from Khordha
208 from Cuttack
98 from Anugul
97 from Baleswar
86 from Jajapur
83 from Kendrapara
81 from Jagatsinghpur
65 from Dhenkanal
61 from Nayagarh
55 from Mayurbhanj
51 from Puri— H & FW Dept Odisha (@HFWOdisha) August 1, 2021
47 from Bhadrak
47 from Sundargarh
25 from Kandhamal
23 from Sambalpur
17 from Bargarh
13 from Malkangiri
12 from Ganjam
11 from Koraput
9 from Keonjhar
8 from Gajapati
8 from Rayagada
7 from Boudh
6 from Deogarh
6 from Kalahandi
6 from Sonepur
5 from Bolangir
5 from Jharsuguda— H & FW Dept Odisha (@HFWOdisha) August 1, 2021
ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୩୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭୮୭୦୫ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୩୨ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୬୦୫ ଜଣ ଲୋକାଲ୍ କେସ୍ ରହିଛନ୍ତି । ୧୫୮୫୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯ ଲକ୍ଷ ୫୮ ହଜାର ୬୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୬୦୯୭୪୧୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।