ସାପ କାମୁଡାରେ ଗଲା ୧୭ ବର୍ଷ ବୟସର ପୁଅ

କାଲିମେଳା:- ସାପ ନେଲା ଜୀବନ । କାଲିମେଳା ଥାନା ଅଧୀନ ଦାମାଗୁଡା ଗ୍ରାମର ଜଗା କବାସୀଙ୍କ ୧୭ ବର୍ଷ ବୟସର ପୁଅ ରାମା କବାସୀର ସାପ କାମୁଡା ମୃତ୍ୟୁ ହୋଇଛି। ପ୍ରତିଦିନ ଭଳି କାଲି ରାତିରେ ରାମା ତାଙ୍କ ଘର ବାରଣ୍ଡାରେ ଶୋଇ ଥିଲା ବେଳେ ଏକ ବିଷାକ୍ତ ସାପ ତାଙ୍କ ବାମ ପଟ କାନକୁ କାମୁଡି ଦେଇଥିଲା । ସାପ କାମୁଡିବା ବିଷୟରେ ପରିବାର ଲୋକ ଜାଣିପାରି ତାକୁ ଚିକିତ୍ସା ପାଇଁ କାଲିମେଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ । ତେବେ ଚିକିତ୍ସା ଅବସ୍ଥାରେ ରାମାଙ୍କ ମୃତ୍ୟୁ ହୋଇଥିଲା । ପୁଅର ମୃତ୍ୟୁକୁ ନେଇ ପରିବାର ସମେତ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣା ସମ୍ପର୍କରେ ପୋଲିସ ଜାଣିବା ପରେ ଏକ ଅପମୃତ୍ୟୁର ମାମଲା ରଜୁକରି ଶବ ବ୍ୟବଛେଦ ପରେ ମର ଶରୀର ପରିବାର ବର୍ଗଙ୍କୁ ହସ୍ଥାନ୍ତର କରିଥିଲା ।