ଛତିଶଗଡର ବିଜାପୁର ଜିଲ୍ଲାରେ ୧୭ ଜଣ ମାଓବାଦୀ ସୁରକ୍ଷା ବଳଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ସେଥିରେ ମୋଷ୍ଟ ୱାଣ୍ଟେଡ୍ ମାଓ ନେତା ପାପା ରାଓ ଓରଫ ମୋଙ୍ଗୁ ଦାଦା ଓରଫ ସୁଧାକର ମଧ୍ୟ ଅଛନ୍ତି। ପାପାରାଓ ଓଡ଼ିଶା, ମହାରାଷ୍ଟ୍ର ଓ ଛତିଶଗଡରେ ଅନେକ ମାଓ କାର୍ଯ୍ୟକଳାପରେ ସକ୍ରିୟ ଭାବେ ଜଡିତ ଥିଲେ। ସେ ୨୦୧୦ ଦାନ୍ତେୱାଡା ଆକ୍ରମଣରେ ମଧ୍ୟ ସାମିଲ ଥିବା ଅଭିଯୋଗ ରହିଛି, ଯେଉଁଠାରେ ୭୬ ଜଣ CRPF ଯବାନ ସହିଦ ହୋଇଥିଲେ ଏବଂ ଅନେକ ଆହତ ହୋଇଥିଲେ।
ପାପା ରାଓଙ୍କ ପତ୍ନୀ ଉର୍ମିଳା ମଧ୍ୟ ଜଣେ ପ୍ରଭାବଶାଳୀ ମାଓବାଦୀ ନେତ୍ରୀ ଥିଲେ। ସେ ୨୦୨୫ ନଭେମ୍ବର ୧୩ ତାରିଖରେ Indravati National Park ଭିତରେ ହୋଇଥିବା ଏକ ଏନକାଉଣ୍ଟରରେ ସୁରକ୍ଷା ବଳଙ୍କ ଗୁଳିରେ ନିହତ ହୋଇଥିଲେ। ଏହି ଆତ୍ମସମର୍ପଣକୁ ସୁରକ୍ଷା ବଳ ପାଇଁ ଏକ ବଡ଼ ସଫଳତା ବୋଲି ଦେଖାଯାଉଛି, କାରଣ ଏଥିରେ ଏକ ଶୀର୍ଷ ମାଓ ନେତା ସହିତ ଅନେକ ସକ୍ରିୟ ମାଓବାଦୀ ଅସ୍ତ୍ର ଛାଡ଼ିଛନ୍ତି।