ଋଥଯାତ୍ରା ପାଇଁ ପୁରୀରେ ମୁତୟନ ହେବ ୧୫ ପ୍ଲାଟୁନ ପୁଲିସ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ପାଇଁ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହେବା ସହ କେତେକ ନିଷ୍ପତ୍ତି ନିଆଯାଇଛି । ଶ୍ରୀଜଗନ୍ନାଥ ବନପ୍ରକଳ୍ପକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ ତିନି ମାସ ମଧ୍ୟରେ ବାସ୍ତବ ଚିତ୍ର ଓ ହିସାବ ଦେବାକୁ ବନବିଭାଗକୁ ନିର୍ଦ୍ଦେଶ ହୋଇଛି।
ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବାକୁ ୧୫୫ ପ୍ଲାଟୁନ ପୁଲିସ ମୁତୟନ ହେବେ। ରଥଯାତ୍ରା ବେଳେ ପୁରୀକୁ ରାଜ୍ୟ ଓ ରାଜ୍ୟ ବାହାରୁ ୧୯୨ଟି ଟ୍ରେନ୍‌ ଚଳାଚଳ କରିବ। ପୁରୀ ସହ ୬୨ଟି ସ୍ଥାନରେ ଟ୍ରେନ୍‌ ବୁକିଂ କାଉଣ୍ଟର ଖୋଲିବ। ପୁରୀ-ଭୁବନେଶ୍ୱର ରାସ୍ତାକଡ଼ରୁ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ହୋଇଛି।
ଜୁନ୍‌ ୨୫ ପୂର୍ବରୁ ପୁରୀ ସହରରେ ନାଳନର୍ଦ୍ଦମା ସଫେଇ କାର୍ୟ୍ୟ ଶେଷ କରିବାକୁ ଓ ସବୁ ବିଭାଗ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ହୋଇଛି। ସେହିପରି ଜୁନ୍‌ ୩୦ ସୁଦ୍ଧା ପୁରୀ ଜିଲ୍ଲାରେ ବିଦ୍ୟୁତ ସେବା ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ହୋଇଛି।ପୁରୀ ଜିଲ୍ଲାରେ ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ସୁଧାରିବାକୁ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟବିଭାଗକୁ ନେଇ ଏକ ଟିମ୍‌ ଗଠନ ହେବ। ପୁରୀ-ଭୁବନେଶ୍ୱର ରାସ୍ତାରେ ୫ଟି ଆମ୍ବୁଲାନ୍ସ ସଜାଗ ରଖିବାକୁ ଏନ୍‌ଏଚ୍‌ଆଇକୁ ନିର୍ଦ୍ଦେଶ ହୋଇଛି।