ଶୋଇବା ଘରେ ମୁ ରାଜା

(ମୟୁରଭଞ୍ଜ) : ଶୋଇବା ରୁମରୁ ୧୫ଫୁଟ୍ ର ବିଶାଳ ଅହିରାଜ ଉଦ୍ଧାର ହୋଇଛି । ଉଦ୍ଧାର କରି ସାପକୁ ଜଙ୍ଗଲରେ ଛାଡି ଦେଇଛି ବନ ବିଭାଗ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ନିଶ୍ଚିନ୍ତା ଅଞ୍ଚଳରୁ ।
ସୂଚାନୁଯାୟୀ , ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ନିଶ୍ଚିନ୍ତା ଅଞ୍ଚଳ ଅଶୋକ କୁମାର ମହାପାତ୍ର ଆଜି ସକାଳେ ତାଙ୍କ ଶୋଇବା ଘରର ଖଟ ତଳୁ ଏକ ସାପର ଶବ୍ଦ ଶୁଣି ଭୟଭୀତ ହୋଇ ଯାଇଥିଲେ। ପରେ ଏ ନେଇ ବାଙ୍ଗିରିପୋଷି ରେଞ୍ଜ ଅଫିସକୁ ଖବର ଦେଇଥିଲେ। ତେବେ ଏହି ବିଶାଳକାୟ ସାପଟି କାହାରିକୁ କୌଣସି କ୍ଷତି କରି ନଥିବା ବେଳେ ଏହାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।