ଜୋରସୋରରେ ପ୍ରଚାର 

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୟପଟଣା ବ୍ଳକ ରଣମାଲ ପଂଚାୟତ ସରପଞ୍ଚ ପ୍ରାର୍ଥୀନି ଡାଲିମ୍ବ ବିଶ୍ୱାଳ ଆଜି ପ୍ରଥମ କରି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଥମେ ମା ତାରିଣୀଙ୍କ ପାଖରେ ଆଶୀର୍ବାଦ ଭିକ୍ଷା କରି ନିର୍ବାଚନ ମଇଦାନରେ ଭୋଟ ଭିକ୍ଷା କରିଥିବା ଜଣାପଡିଛି।ଚଳିତ ନିର୍ବାଚନ ରେ ରଣମାଲ ପଂଚୟତ ରେ ତିନି ଜଣ ମହିଳା ପ୍ରତିଦ୍ବନ୍ଦିତା କରୁଛନ୍ତି। ତେବେ ଡାଲିମ୍ବ ବିଶ୍ୱାଳ ନୂଆକରି ନିର୍ବାଚନ ମଇଦାନକୁ ଆସିଛନ୍ତି।ଲୋକେ ସମର୍ଥନ କରି ମାଛ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ନିର୍ବାଚନ ଜିତାଇ ସରପଞ୍ଚ କଲେ ଜନସାଧାରଣ ଉନ୍ନତି ପାଇଁ କାମ କରିବି ବୋଲି କହିଛନ୍ତି। ସେ ଗାଁର ମା ତାରିଣୀ ମନ୍ଦିର ପୁଝାରିଙ୍କ ବୋହୁ ହୋଇଥିବା ବେଳେ ଅଞ୍ଚଳରେ ତାଙ୍କ ପରିବାର ର ଲୋକକଲ୍ୟାଣ କାର୍ଯ୍ୟରେ ବେଶ ପରିଚିତ ଅଛନ୍ତି। ତେବେ ଜନସାଧାରଣ କଣ ଗ୍ରହଣ କରିବେ ତାହା ଆଗାମୀ ଦିନରେ ଜଣାପଡିବ