ମା ବାଲିହରଚଣ୍ଡୀଙ୍କ ପୀଠରେ ଲାଗିଲା ୧୪୪ ଧାରା

ଗୋପ(ଜୟନ୍ତ କୁମାର ସେଠି): ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ପ୍ରସିଦ୍ଧ ମା ବାଲିହରଚଣ୍ଡୀଙ୍କ ପୀଠରେ ୭ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ରଜଉତ୍ସବ ଚଳିତବର୍ଷ ଫିକା ପଡିଛି। ତେବେ କରୋନା ମହାମାରୀ ପାଇଁ ଆଜିଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ମାଙ୍କ ପୀଠରେ ୧୪୪ ଧାରା ଜାରି ହୋଇଛି । ମା ବାଲିହରଚଣ୍ଡୀଙ୍କ ପୀଠରେ ପ୍ରତି ବର୍ଷ ଧୁମଧାମରେ ପାଳନ ହୁଏ ରଜଉତ୍ସବ। ବ୍ରହ୍ମଗିରି,କୃଷ୍ଣପ୍ରସାଦ ଏବଂ ପୁରୀ ସଦର ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକେ ଏଠାରେ ଛାପା ବା ତମ୍ଭୁ ପକାଇ ରଜଉତ୍ସବ ପାଳନ କରିଥାନ୍ତି। ତେବେ ଚଳିତ ବର୍ଷ ୧୪୪ ଧାରା ଜାରି କରାଯିବାରୁ କୌଣସି ଛାପା ପଡିବ ନାହିଁ ବୋଲି ଘୋଷଣା କରାଯାଇଛି। କେବଳ ନୀତି ନିୟମ ଅନୁଯାୟୀ ମା ବାଲିହରଚଣ୍ଡୀଙ୍କ ନୀତିକାନ୍ତି କରାଯିବ।ଏନେଇ ପୁରୀ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।