ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପାରୀକ୍ଷାଫଳ ପ୍ରକାଶ;୧୩୧୦ ରୁ ୪୩୩ ଜଣ ପାଶ

ଭୁବନେଶ୍ୱର : ପ୍ରକାଶ ପାଇଲା ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ । ଫର୍ମଫିଲାପ କରିଥିବା ୧୩୧୦ ଜଣ ପିଲାଙ୍କ ମଧ୍ୟରୁ ୪୩୩ ଜଣ ପାସ କରିଛନ୍ତି ।ଯେଉଁ ଛାତ୍ରଛରାତ୍ରୀମାନେ ମ୍ୟାଟ୍ରକ ପରୀକ୍ଷାରେ ଫେଲ ହୋଇଥାନ୍ତି କିମ୍ବା କøଣସି କାରଣରୁ ପରିକ୍ଷା ଦେଇ ପାରିନଥାନ୍ତି ସେମାନେ ଏହି ପରୀକ୍ଷା ଦେଇଥାନ୍ତି ।ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ବି ୬୭୭୮ ପରୀକ୍ଷାର୍ଥୀ ପାସ କରିଛନ୍ତି । ବୋର୍ଡ ୱେବସାଇଟରେ ଉଭୟ ରେଜଲ୍ଟ ଉପଲବ୍ଧ ରହିଛି ।

ସୂଚନାଯୋଗ୍ୟ ଯେ ଜୁଲାଇ ୩ରୁ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇଥିଲା । ଜୁଲାଇ ୩ରୁ ଆରମ୍ଭ ହୋଇ ଜୁଲାଇ ୮ ତାରିଖ ପର୍ୟ୍ୟନ୍ତ ଚାଲିଥିଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ମାଟ୍ରିକରେ ୧,୩୧୦ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ୮ ହଜାର ୯ ଶହରୁ ଅଧିକ ଛାତ୍ରଛାତ୍ରୀ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେଇଥିଲେ । ପରୀକ୍ଷାରେ କୃତକାର୍ୟ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସିଧା ଯୁକ୍ତ ଦୁଇରେ ନାମ ଲେଖାଇବାକୁ ସୁଯୋଗ ମିଳିବ।