( ମମତା ସାମଲ) :ଆଜି ଜମ୍ମୁ –କାଶ୍ମୀରର କିସ୍ତୋର ଜିଲ୍ଲାର ଚେନାବ ନଦୀରେ ଏକ ବଡ ଭ୍ୟାନ ଖସି ପଡିଛି । ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ଥ ଗାଡିଟିରେ ୩୦ ଉଦ୍ଧ୍ୱର୍ ଯାତ୍ରୀ ଥିଲେ ।
ଗାଡ଼ିଟି କେସନରୁ କିସ୍ତୋର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଚାଳକ ଜଣକ ଗାଡ଼ି ଚଳାଉଥିବା ସମୟରେ ହଠାତ ଭାରସାମ୍ୟ ହରାଇବାରୁ ଏହି ଦୁର୍ଘଟଣା ହୋଇଥିଲା। କିସ୍ତୋରରୁ ୧୮ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଯାଇଛି। ଏହି ଘଟଣା ସମ୍ପର୍କରେ ଖବର ପାଇ ଜମ୍ମୁ-କାଶ୍ମରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ। ଏବେ ବି ଜାରି ରହିଛି ଉଦ୍ଧାରକାର୍ୟ୍ୟ ।