ଆଜି ସମ୍ବଲପୁରରେ ବନ୍ଦ ଡାକରା ଦେଇଛି ବିଜେପି

ଆଜି ସମ୍ବଲପୁର ବନ୍ଦ ଡାକରା ଦେଇଛି ବିଜେପି ।

(ସମ୍ବଲପୁର) : ଆଜି ସମ୍ବଲପୁର ବନ୍ଦ ଡାକରା ଦେଇଛି ବିଜେପି । ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ମମିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ ନେଇ ବିଜେପି ପକ୍ଷରୁ ଡାକରା ଦିଆଯାଇଥିଲା ।

ସୂଚନାନୁଯାୟୀ , ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦରେ ପାଳନ କରାଯିବ। ବନ୍ଦ ସମୟରେ ଜରୁରୀକାଳୀନ ସେବା, ପରୀକ୍ଷାକୁ ବାଦ୍‌ ଦିଆଯାଇଥିବା ନେଇ ବିଜେପି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେପଟେ, ବନ୍ଦକୁ ଆଖି ଆଗରେ ରଖି ସହରର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସହରରେ ମୋଟ ୩୭ଟି ଷ୍ଟାଟିକ୍‌ ପୋଷ୍ଟ କରାଯାଇଥିବା ୧୦ ସେକ୍ସନ୍‌ ପୁଲିସ୍‌ ଫୋର୍ସଙ୍କୁ ମୁତୟନ କରାଯାଇଛି