ମାଲକାନାଗିରି : ମାଲକାନାଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତ ବଣ୍ଡାଘାଟିର ବେଲୁଗୁଡ଼ ଗାଁ । ଗାଁରେ ନା ଅଛି ରାସ୍ତା, ନା ଅଛି ସ୍ୱାସ୍ଥ୍ୟକେନ୍ଦ୍ର କି ଇଣ୍ଟରନେଟ । କହିବାକୁ ଗଲେ ନାହିଁ ନାହିଁର ଏହି ଗାଁ । ସରକାର ଆଦିବାସୀଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିନ୍ତୁ ଏଠାକାର ଲୋକେ ପାଉନାହାନ୍ତି ପ୍ରାଥମିକ ସ୍ୱାସ୍ଥ୍ୟ ସେବା । ତେଣୁ କେତେବେଳେ ଚିକିତ୍ସା ଅଭାବରୁ ବ୍ୟକ୍ତିଙ୍କ ମୃତ୍ୟୁ ହେଇଛି ତ ଆଉ କେଉଁଠି ରାସ୍ତା ନଥିବାରୁ ଆମ୍ବୁଲାନ୍ସ ନ ପହଞ୍ôଚପାରିବାରୁ ଜୀବନ ଯାଉଛି । କେହି ରୋଗରେ ପଡିଲେ ଆଜିବି ଏହି ଅଞ୍ଚଳ ପାଇଁ ଖଟିଆ ଏକମାତ୍ର ମାଧ୍ୟମ । ରୋଗୀକୁ ଖଟିଆରେ ବୋହି ହସ୍ପପିଟାଲକୁ ନେବାକୁ ପଡୁଛି
ସୂଚନାନୁସାରେ, ବେଲଗୁଡ଼ା ଗ୍ରାମର ଗ୍ରାମବାସୀ ସମ୍ବାରି କୀର୍ସାନିଙ୍କ ଦେହ ଖରାପ ହୋଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇପଡିବାରୁ ଆମ୍ବୁଲାନ୍ସ ସେବା ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମୋବାଇଲ ସେବା ଅଭାବରୁ ତାହା ସମ୍ଭବ ହୋଇପାରି ନ ଥିଲା । ତେଣୁ ପରିବାର ବର୍ଗ ବାଧ୍ୟ ସମ୍ବାରିଙ୍କୁ ଖଟିଆରେ କାନେ୍ଧଇ କାନେ୍ଧଇ ଦୀର୍ଘ ୧୨ କିଲୋମିଟର ରାସ୍ତା ଅତିକ୍ରମ କରି ମୁଦୁଲିପଡ଼ା ହସ୍ପପିଟାଲରେ ପହଞ୍ଚିଥିଲେ । ସେଠାରେ ସମ୍ବାରିଙ୍କୁ ଭର୍ତ୍ତୀ କରାଯାଇଥିଲା । ସେଠାରୁ ଆମ୍ବୁଲାନ୍ସ ଯୋଗେ ଖଇରପୁଟକୁ ସ୍ଥାନାନ୍ତରଣ କରାଯାଇଥିଲା । ସମ୍ବାରି ଏବେ ଚିକିତ୍ସିତ ହୋଇଛନ୍ତି ଏବଂ ସୁସ୍ଥ ଥିବା ମଧ୍ୟ ଜଣାପଡ଼ିଛି ।