ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୧୩ କରୋନା ସଂକ୍ରମିତ ଚିହ୍ନଟ
ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ମିଟର ।
(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ମିଟର । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୫ ଜଣ ସଂକ୍ରମିତ ରହିଛନ୍ତି ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୯୪୪୧ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ସଂଖ୍ୟା :-
Covid-19 Report For 27th June
New Positive Cases: 113
Of which 0-18 years: 15
In quarantine: 67
Local contacts: 46(Details of local contacts will be shared by concerned District)
1. Cuttack: 21
2. Jajpur: 2
3. Khurda: 65
4. Puri: 1
5. Sambalpur: 4— I & PR Department, Odisha (@IPR_Odisha) June 28, 2022
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୭ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୪୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୩୨୦୫୫୭୮୪ ସାମ୍ପୁଲ ଟେଷ୍ଟ୍ ହୋଇଛି ।
ସୂଚନାନୁଯାୟୀ , ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୯୪୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୧୭ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୯୭୪୫ ଜଣ ସୁସ୍ଥ ହୋଇଛନ୍ତି ।