ଦୁର୍ଗାପୂଜା ଲାଗି ଟ୍ବିନସିଟିରେ ମୁତୟନ ହେବେ ୧୦୨ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର: ରାତି ପାହିଲେ ପୂଜା । ମଣ୍ଡପେ ବିରାଜିବେ ମା ଦଶଭୂଜା । ଏଥିପାଇଁ ଚଳଚଞ୍ଚଳ ପୂଜା ମଣ୍ଡପ । ପୂଜା ପାଇଁ କମିଶନରେଟ୍ ପୋଲିସ ମଧ୍ୟ ଅଣ୍ଟା ଭିଡି ସାରିଲେଣି । କିପରି ସୁରୁଖୁରୁରେ, ବିନା ବିଶୃଙ୍ଖଳାରେ ପୂଜା ମଉଜ ହେବ ସେନେଇ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।  କଟକ- ଭୁବନେଶ୍ୱରରେ ପୂଜା ପାଇଁ କମିଶନରେଟ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି। ଟ୍ବିନସିଟିରେ ମୁତୟନ ହେବେ ୧୦୨ ପ୍ଲାଟୁନ ପୋଲିସ ଫୋର୍ସ । ଏଥିସହ ଦାୟିତ୍ୱ ରେ ରହିବେ ୨୦୦ଜଣ ବରିଷ୍ଠ ଅଧିକାରୀ । ଭୁବନେଶ୍ୱରରେ ମୁତୟନ ହେବେ ୩୮ ପ୍ଲାଟୁନ ପୋଲିସ ଫୋର୍ସ । ସେହିପରି କଟକରେ ୬୪ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହେବେ ବୋଲି ପୋଲିସ କମିଶନର ଏସ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି।