୧୦୦ ଭାରତୀୟ କମ୍ପାନୀର କାଶ ଔଷଧ ହୋଇଛି ମୃତ୍ୟୁର କାରଣ

ସରକାର କହୁଛନ୍ତି ଦୁର୍ନୀତି ପ୍ରତି ଶୂନ୍ୟ ସହିଷ୍ଣୁତା ଅବଲମ୍ବନ କରିବେ । ହେଲେ ସବୁଠି ଚାଲିଛି ଦୁର୍ନୀତି । ଏମିତି କି ଜୀବନ ରକ୍ଷାକାରୀ ଔଷଧରେ ମଧ୍ୟ ଘୋଟାଲା ହେଉଛି । ନିକଟରେ ଭାରତୀୟ କମ୍ପାନୀ ଦ୍ୱାରା ପ୍ରସ୍ତୁତ କଫ ସିରଫ ଗୁଣବତ୍ତା ମାନରେ ବିଫଳ ହୋଇଛନ୍ତି । ୧୦୦ରୁ ଅଧିକ ଭାରତୀୟ କମ୍ପାନୀ ଦ୍ୱାରା ପ୍ରସ୍ତୁତ କଫ ସିରଫରେ ଟକ୍ସିନ ମିଳିଛି । ଏହି କଫ ସିରଫ ଦ୍ୱାରା କ୍ୟାମେରୁନା ଓ ଗାମ୍ବିଆରେ ବହୁ ପିଲାଙ୍କ ମୃତ୍ୟୁ ହୋଇଛି ।
ଏହି ଦୁଇ ଦେଶରେ ପିଲାଙ୍କ ମୃତ୍ୟୁ ପରେ ଯେତେବେଳେ ସେମାନଙ୍କ ପୋଷ୍ଟ ମର୍ଟମ ହେଲା ସେମାନଙ୍କ ଶରୀରରେ ମିଳିଥିଲା ଡିଇଜି ଓ ଇଜି ପରି ନିଶାଯୁକ୍ତ ସାମଗ୍ରୀ ମିଳିଥିଲା । ଶରୀରରେ ଏହାର ଉପସ୍ଥିତି ପାଇଁ ପିଲାଙ୍କ କିଡନୀ ସମସ୍ୟା ଦେଖାଦେଇଥିଲା ଓ ଏଥିରେ ସେମାନଙ୍କ ମୃତ୍ୟୁ ହୋଇଥିଲା । ଅଧିକ ତଦନ୍ତରୁ ଏମାନେ ସମସ୍ତେ ଭାରତୀୟ କମ୍ପାନୀର କାଶ ଔଷଧ ବ୍ୟବହାର କରିଥିବା ଜଣାପଡିଥିଲା ।
ଏହି ସୂଚନା ମିଳିବା ପରେ ସେହି ସବୁ କମ୍ପାନୀକୁ ଔଷଧ ଉତ୍ପାଦନର ମାନଦଣ୍ଡ ଅନୁପାଳନ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ପକ୍ଷରୁ କୁହାଯାଇଛି କି, କଫ ସିରଫର ଗୁଣବତ୍ତା ମେଣ୍ଟେନ କରିବାକୁ ଉତ୍ତର ଦାୟୀ ରହିବେ । ଏଥିସହ ଔଷଧ ଉତ୍ପାଦନକାରୀ କମ୍ପାନୀଗୁଡିକୁ ସତର୍କ କରାଯାଇଛି । ଆଗକୁ ଏମିତି ହେଲେ କଠୋର ଦଣ୍ଡବିଧାନ ହେବ ବୋଲି ଅଲର୍ଟ କରାଯାଇଛି ।