ଭୀମସାରରେ ୧୦ କରୋନା ପଜିଟିଭ ଚିହ୍ନଟ

ସମ୍ବଲପୁର: ଭୀମସାରରେ ପୁଣି ୧୦ କରୋନା ଆକ୍ରାନ୍ତ ଚିହ୍ନଟ । ଯାହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି । କିଛିଦିନ ତଳେ ବୁର୍ଲା ସ୍ଥିତ ଭୀମସାରୁ ୫୦ରୁ ଅଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମି ହୋଇଥିଲେ । ଏହାପରେ ବିଶ୍ୱବିଦ୍ୟାଳୟ ଅଧିକାଂଶ ଛାତ୍ରଛାତ୍ରୀ ଓ କର୍ତ୍ତୃପକ୍ଷଙ୍କର କରୋନା ଟେଷ୍ଟ କରାଯାଇଥିଲା । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏକ ଆଇସୋଲେସନରେ ରଖାଯାଇଥିଲା । ସମସ୍ତଙ୍କର ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ।