ରାଜ୍ୟରେ ୧୦ ମନ୍ତ୍ରୀ, ୨୦ ବିଧାୟକ ସଂକ୍ରମିତ

ମୁମ୍ବାଇ: କରୋନା ସଂକ୍ରମଣ ମହାରାଷ୍ଟ୍ରରେ ଉକ୍ରଟ ରୂପ ନେବାରେ ଲାଗିଛି । ରାଜ୍ୟର ୧୦ ମନ୍ତ୍ରୀ ଓ ୨୦ରୁ ଅଧିକ ବିଧାୟକ କରୋନାରେ ସଂକ୍ରମିତ ହୋଇସାରିଲେଣି । ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର।
ରାଜ୍ୟରେ କରୋନା ସ୍ଥିତିକୁ ନେଇ ପାୱାର କହିଛନ୍ତି, ଯଦି ମାମଲା ନ କମେ ତେବେ ବଡ ପଦକ୍ଷେପ ନେବାକୁ ପଡିବ । ଶୁକ୍ରବାର ରାଜ୍ୟରେ ୮୦୬୭ ନୂଆ ମାମଲା ଚିହ୍ନଟ ହୋଇଛି । ଯାହା ଗୁରୁବାର ତୁଳନାରେ ୫୦ ପ୍ରତିଶତ ଅଧିକ । ସେ ଆହୁରି କହିଛନ୍ତି ଯେ, ନୂଆବର୍ଷକୁ ସମସ୍ତେ ହସ ଖୁସିରେ ପାଳନ କରିବାକୁ ଚାହାଁନ୍ତି । ତେବେ ସତର୍କତା ଅବଲମ୍ବନ କରିବା ଜରୁରୀ । ଯଦି ସଂକ୍ରମିତଙ୍କ ସଂଖ୍ୟା ବଢେ ତେବେ କଡାକଡି ଭାବେ କଟକଣା ଲାଗୁ କରାଯିବ ।