(ଜଗତସିଂହପୁର /ପ୍ରତାପ କୁମାର ସିଂ) : ପଦ୍ମପୁର ନିକଟରେ ୧୧ କେଭି ତାର ଲାଗି ଚାଲିଗଲା ହାଈୱା ହେଲପରର ଜୀବନ । ଆଜି ମଧ୍ୟାହ୍ନ ୧୨ ଟା ସମୟରେ ଏହି ଦୁର୍ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଅଲଣାହାଟ ଗଉଡୁଣି ପଡିଆ ନିକଟସ୍ଥ ପଦ୍ମପୁର ଗ୍ରାମରେ । ତାପଙ୍ଗରୁ ଗୋଡି ବୋଝେଇ ହାଇୱା ପଦ୍ମପୁର ଗ୍ରାମରେ ଅନଲୋଡିଙ୍ଗ କରୁଥିବା ସମୟରେ ଗାଡିର ହେଲପର ୧୧ କେଭି ବିଦ୍ୟୁତ ତାରରେ ଲାଗି ମୃତ୍ୟୁବରଣ କରିଛି ।
ସୂଚନାନୁଯାୟୀ , ତାଙ୍କୁ ତୁରନ୍ତ ମୁଖ୍ୟଚିକିତ୍ସାଳୟରେ ଭର୍ତି କରାଯାଇଥିଲା କିନ୍ତୁ ଡାକ୍ତର ସେଠାରେ ତାକୁ ମୃତ୍ୟୁ ଘୋଷଣା କରିଥିଲେ । ପରେ ମୃତ ହାଇୱା ହେଲପରକୁ ପୋଷ୍ଟମୋର୍ଟମ ପାଇଁ ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି । ହାଇୱା ଡ୍ରାଇଭରକୁ ଜଗତସିଂହପୁର ପୋଲିସ ଅଟକ ରଖିଛି । ମୃତ ହେଲପର କଟକ ଜିଲ୍ଲା ଅଡସପୁର ଅଞ୍ଚଳର ଇଚ୍ଛାପୁର ଗ୍ରାମର ବୁଧନାଥ ସିଂଙ୍କ ଅବିବାହିତ ୨୦ ବର୍ଷୀୟ ମଧ୍ୟମ ପୁଅ ସାଗର ସିଂହ । ମାତ୍ର ୩ ଦିନ ହେଲା ଉକ୍ତ ହାଇୱା ଗାଡ଼ିରେ ହେଲପର ଭାବେ କାମ ଆରମ୍ବ କରିଥିଲା । ଏଭଳି ଦୁଖଦାୟକ ଘଟଣା ପାଇଁ ବିଦ୍ୟୁତ ବିଭାଗକୁ ଲୋକମାନେ ଦାୟୀ କରୁଥିବାର ଦେଖିବାକୁ ମିଳିଛି । ବହୁତ କମ ଉଚ୍ଚତାରେ ବିଦ୍ୟୁତ ତାର ଝୁଲି ରହିଥିବାରୁ ଏଭଳି ଦୁଃଖଦାୟକ ଘଟଣା ଘଟିଲା ବୋଲି ଶୁଣାଯାଉଛି ।