ପୁଣି ହାତୀ ଆକ୍ରମଣରେ ଜଣେ ମୃତ

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ ।

(ରାୟଗଡା) : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ରାୟଗଡା ଜିଲ୍ଲା ଗୁଣୁପୁର ଚାଲକମ୍ବା ନିକଟରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସଉରାପ୍ରଧାନିଗୁଡା ଗ୍ରାମ ନିକଟ ଇରିଗେସନ କଲୋନି ରମେଶ ଗୌଡ।

ଇରିଗେସନ କଲୋନୀ ରମେଶ ମଇଁଷି ଚରାଇବା ପାଇଁ ଯାଇଥିଲେ। ହଠାତ ତାଙ୍କୁ ଏକ ହାତୀ ଆକ୍ରମଣ କରିଥିଲା। ଏଥିରେ ରମେଶଙ୍କ ମୃତ୍ୟୁ ହୋଇଥିଲା। ଏହି ଅଞ୍ଚଳରେ ଲଗାତାର ଦୁଇଟି ଘଟଣା ହେବା ପରେ ବନ ବିଭାଗର ଉପରେ ସ୍ଥାନୀୟ ଲୋକେ ଅସନ୍ତୋ​‌ଷ ପ୍ରକାଶ କରିଛନ୍ତି।

ପୂର୍ବରୁ ୧୫ ଦିନ ତଳେ ଏହି ଅଞ୍ଚଳରେ ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ହୋଇଥିଲା। ବନବିଭାଗର ଅବହେଳା ହେତୁ ଏଭଳି ଅଘଟଣ ଘଟୁଛି ବୋଲି ସ୍ଥାନୀୟବାସୀ ଅଭିଯୋଗ କରିଛନ୍ତି ।