୪୦ ପୋଲିସ କର୍ମଚାରୀଙ୍କୁ କୋରୋନା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଦେଶରେ କୋରୋନା ସଂକ୍ରମଣ ବଢୁଛି । ଏହା ସହ କେବଳ ମହାରାଷ୍ଟ୍ର ରାଜ୍ୟରେ ସର୍ବାଧିକ ମାମଲା ସାମ୍ନାକୁ ଆସୁଛି । ଏହି ସମୟରେ ୪୦ ଜଣ ପୋଲିସ କର୍ମଚାରୀଙ୍କୁ କୋରୋନା ପଜେଟିଭ ହୋଇଥିବା ଜଣାପଡିଛି । ମହାରାଷ୍ଟ୍ରର ମାଲେଗାୱେରେ ୪୦ ପୋଲିସ କର୍ମଚାରୀଙ୍କୁ କରୋନା ପଜିଟିଭ୍ ଆସିଛି । ସବୁଠାରୁ ଆଶ୍ଚର୍ୟ୍ୟକର କଥା ହେଉଛି ଯେ, ଏହି ସମସ୍ତ ପୋଲିସକର୍ମୀ ସହରର କଣ୍ଟେନମେଣ୍ଟ ଜୋନରେ ଡ୍ୟୁଟି ଦେଉଥିଲେ । ଗତ ୨୪ ଘଣ୍ଟାରେ ୮୨ଟି ନୂଆ ମାମଲା ଆସିଥିବା ବେଳେ ମାଲେଗାୱରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୮କୁ ବୃଦ୍ଧି ପାଇଛି । ସମସ୍ତ ପୋଲିସକର୍ମୀ କରୋନାରେ ଆକ୍ରାନ୍ତ ହେବା ପରେ ଏହି ଅଞ୍ଚଳକୁ ହଟସ୍ପଟ ଭାବେ ଘୋଷଣା କରାଯାଇଛି । ତେବେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାରରୁ ଅଧିକ ଥିବା ବେଳେ ସେଠାରେ ୭୩୩ଟି ଅଞ୍ଚଳରେ ପ୍ରତିବନ୍ଧକ ଲଗାଯାଇଛି ।