୩୯ ଶୀର୍ଷ ଧନୀ ଦାନ କରିଛନ୍ତି ୧୫୬୦ କୋଟି ; ଶୀର୍ଷରେ ମୁକେଶ ଅମ୍ବାନୀ

(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ହୁରୁନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ପରୋପକାର କାର୍ୟ୍ୟରେ ଦାନ କରିଥିବା ଭାରତର ଶୀର୍ଷ ଧନୀଙ୍କ ଏକ ତାଲିକା ପ୍ରକାଶ କରାଯାଇଛି। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମାଲିକ ମୁକେଶ ଅମ୍ବାନୀ ଶୀର୍ଷରେ ରହିଛନ୍ତି। ୨୦୧୭ ଅକ୍ଟୋବର ପହିଲାରୁ ୨୦୧୮ ଡିସେମ୍ବର ୩୦ ମଧ୍ୟରେ ଦେଶର ଶୀର୍ଷ ୩୯ ଧନୀ ଦାନ କରିଛନ୍ତି ୧୫୬୦ କୋଟି ଟଙ୍କା। ତନ୍ମଧ୍ୟରେ ମୁକେଶ ସାମାଜିକ କାର୍ୟ୍ୟରେ ୪୩୭ କୋଟି ଟଙ୍କା ଖର୍ଚ୍ଚ କରି ଶୀର୍ଷରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି ପୀରାମଲ ଗ୍ରୁପ୍ ଅଧ୍ୟକ୍ଷ ଅଜୟ ପୀରାମଲ। ସେ ୨୦୦ କୋଟି ଟଙ୍କା ଦାନ କରିଥିବା ବେଳେ ଓ୍ବିପ୍ରୋ ଅଧ୍ୟକ୍ଷ ଅଜିମ ପ୍ରେମଜୀ,୧୧୩ କୋଟି, ଗୋଦରେଜ ଗ୍ରୁଫ ମୁଖ୍ୟ ଆଦି ଗୋଦରେଜ ୯୬ କୋଟି, ଲୁଲୁ ଗ୍ରୁପ୍ର ୟୁସୁଫ ଅଲି ଏମ୍.ଏ ଦାନ କରିଛନ୍ତି ୭୦ କୋଟି ଟଙ୍କା। ଏହା ପଛକୁ ରହିଛନ୍ତି ଏଚ୍ସିଏଲ ମୁଖ୍ୟ ଶିବ ନାଡାର। ସେ ୫୬ କୋଟି ଟଙ୍କା ଦାନ କରିଥିବା ବେଳେ ହରିକ୍ରିଷ୍ଣା ଏକ୍ସପୋର୍ଟର ସାବ୍ଜୀ ଢ଼ୋଲକିଆ ୪୦ କୋଟି, ସପୁରଜୀ ପାଲୋନଜୀ ଗ୍ରୁପ୍ର ସପୁରଜୀ ପାଲୋନଜୀ ମିସ୍ତ୍ରୀ ୩୬ କୋଟି, ସାଇରସ ମିସ୍ତ୍ରୀ ୩୬ କୋଟି ଓ ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନୀ ୩୦ କୋଟି ଟଙ୍କା ଦାନ କରି ଶୀର୍ଷ ୧୦ରେ ରହିଛନ୍ତି। ହୁରୁନ ପକ୍ଷରୁ ଉକ୍ତ ସମୟସୀମା ମଧ୍ୟରେ ୧୦ କୋଟି ଅଥବା ତଦୂର୍ଦ୍ଧ୍ୱ ଟଙ୍କା ଦାନ କରିଥିବା ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏ ଦିଗରେ ସ୍ବାସ୍ଥ୍ୟ ଓ ଗ୍ରାମୀଣ ବିକାଶ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି। ଗତବର୍ଷ ସେପ୍ଟେମ୍ବରରେ ଓ୍ବାର୍କଲେଜ ହୁରୁନ ଇଣ୍ଡିଆ ପକ୍ଷରୁ ଜାରି ଧନୀ ତାଲିକାରେ ମଧ୍ୟ ମୁକେଶ ଶୀର୍ଷ ସ୍ଥାନରେ ରହିଛନ୍ତି।