୩୦ ଅଧିକାରୀଙ୍କୁ ଦାଇତ୍ୱ

ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ କାର୍ୟ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଭାବରେ ୩୦ ଜଣ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି ସରକାରଙ୍କ ଅତିରିକ୍ତ ସଚିବ । ପୁରୀ କଲେକ୍ଚରଙ୍କ ଆବେଦନ ପରେ, ୩୦ ଜଣ ଅଧିକାରୀଙ୍କୁ ଏହି ନୂଆ ଦାଇତ୍ୱ ଦେଇଛନ୍ତି ଅତିରିକ୍ତ ସଚିବ । ଆସନ୍ତା ୨୩.୦୬.୨୦୨୫ ରୁ ୦୯.୦୭.୨୦୨୫ ପର୍ୟ୍ୟନ୍ତ କାର୍ୟ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଭାବରେ କାର୍ୟ୍ୟ କରିବା ପାଇଁ ଓଏଏସ୍ ଅଧିକାରୀମାନଙ୍କ ତାଲିକା ଆସିଛି । ତାଲିକା ଅନୁଯାୟୀ ରଥଯାତ୍ରା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଏହି ୩୦ ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।