(ଭୁବନେଶ୍ୱର) : ୨୪ ତାରିଖରେ ଶୁଭାରମ୍ଭ ହେବ ଜୁନିଅର ହକି ବିଶ୍ୱକପ । ଏହା କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବା ନେଇ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ ଆସନ୍ତା ୨୪ ତାରିଖରେ ଏହାର ଶୁଭାରମ୍ଭ ହେବ। ଏହି ବିଶ୍ୱକପରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ। ଏଥିପାଇଁ ଭାରତୀୟ ଟିମ ଭୁବନେଶ୍ୱରରେ ପହଞ୍ଚି ସାରିଛି। ୧୫ ତାରିଖରେ ଅନ୍ୟସବୁ ଟିମ ଭୁବନେଶ୍ୱରରେ ପହଞ୍ଚିବେ। ବାୟୋ ବବଲ ପ୍ରକ୍ରିୟାରେ ବିଶ୍ବକପ ଅନୁଷ୍ଠିତ ହେବ। ତେବେ କୋଭିଡ କଟକଣାକୁ ମାନି ଏହି ଟୁର୍ଣ୍ଣାମେଣ୍ଟରେ ଦର୍ଶକମାନେ ଆସିପାରିବେ । ଏବଂ ଖେଳାଳି ଓ ଷ୍ଟାଫମାନଙ୍କ ପ୍ରତିଦିନ ଆରଟିପିସିଆର୍ ଟେଷ୍ଟ ହେବ। ଖାଲିସେତିକି ନୁହେଁ, ଖେଳାଳି ଓ ଟିମ ପାଇଁ ଦୁଇଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସଂରକ୍ଷଣ ରଖାଯାଇଛି।