୨୦ ଫେବୃୟାରୀରୁ ଶସ୍ତାରେ କିଣି ପାରିବେ ଘର

(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ନିଜର ଏକ ଘର ତିଆରି କରିବା ହେଉ କି କିଣିବା ପାଇଁ ସମସ୍ତଙ୍କର ସ୍ୱପ୍ନ ଥାଏ । କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଏ ସ୍ୱପ୍ନ ପୂରଣ ହୋଇପାରେନି । ତେବେ ମୋଦି ସରକାରଙ୍କ କିଛି ନିଷ୍ପତ୍ତି ଯୋଗୁଁ ରିୟଲ ଇଷ୍ଟେଟ ସେକ୍ଟରରେ ଘର ମୂଲ୍ୟ କିଛିକାଂଶରେ କମିଛି । ଏବେ ସରକାରଙ୍କ ତରଫରୁ ୨୦ ଫେବୃୟାରୀକୁ ଆଉ ଏକ ନିଷ୍ପତି ନିଆଯିବ ବୋଲି ଶୁଣିବା ପାଇଁ ମିଳୁଛି । ନିଷ୍ପତ୍ତି ଅନୁସାରେ ଯେଉଁ ଲୋକାମାନେ ଘର କିଣିବା ପାଇଁ ଯୋଜନା କରୁଛନ୍ତି, ସେମାନେ ଲାଭ ଉଠାଇପାରିବେ ।୨୦ ଫେବୃୟାରୀରେ ଜିଏସଟି କାଉନସିଲ ବୈଠକ ବସିବ ବୋଲି ସୂଚନା ମିଳିଛି । ଏହି ବୈଠକରେ ରିୟଲ ଇଷ୍ଟେଟ୍ ସମ୍ମନ୍ଧିତ ନିଷ୍ପତ୍ତି ନିଆଯିବ ବୋଲି ଆଶାକରାଯାଉଛି । ବୈଠକରେ ରିୟଲ ଇଷ୍ଟେଟ୍ ଠାରୁ ଆରମ୍ଭ କରି ବଡ଼ ବଡ଼ ନିଷ୍ପତ୍ତି ନିଆଯିବ । । ବୈଠକରେ ନିର୍ମାଣାଧୀନ କୋଠା ଉପରେ ୫ ପ୍ରତିଶତ ଜିଏସଟି ଓ ଘର ଉପରେ ୩ ପ୍ରତିଶତ ଜିଏସଟି ଲଗାଇବାର ସୁପାରିଶ୍ ଉପରେ ବିଚାର ହୋଇପାରେ ।