୨୦୨୧ରୁ ଏ୩୮୦ ବିମାନ ନିର୍ମାଣ ବନ୍ଦ ହେବ

(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ଏୟାରବସର ସୁପରଜମ୍ବୋ ଡବଲଡେକର ଏ୩୮୦ ବିମାନ ନିର୍ମାଣ ବନ୍ଦ ହେବ । କମ୍ପାନୀ ପକ୍ଷରୁ ଗୁରୁବାର ଏ ସମ୍ପର୍କରେ ସ୍ପଷ୍ଟ କରାଯାଇଛି । ଯାତ୍ରୀଙ୍କ ଦ୍ୱାରା ପ୍ରଶଂସିତ ଏହି ବିମାନ ନିର୍ମାଣରେ ଖର୍ଚ୍ଚ ବଢ଼ୁଥିବାରୁ ଏବଂ ବିମାନ କମ୍ପାନୀଗୁଡ଼ିକ ଏଥିପ୍ରତି ଆଗ୍ରହ ପ୍ରକାଶ କରୁନଥିବାରୁ ଏୟାରବସ୍ ପକ୍ଷରୁ ଉକ୍ତ ନିଷ୍ପତ୍ତି ନିଆଯାଇଛି। ୨୦୨୧ରୁ ଏ୩୮୦ ବିମାନ ନିର୍ମାଣ ବନ୍ଦ ହେବ ବୋଲି କମ୍ପାନୀ କହିଛି।