(ବ୍ରହ୍ମପୁର) ; ହୋଟେଲ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ । ୪ ଜଣକୁ ପୁଲିସ ଅଟକ ରଖିଥିବା ସୁଚନା । ଡିଜିଟାଲ ପେମେଣ୍ଟ ମାଧ୍ୟମରେ ବକେୟା ଦେବାକୁ ନେଇ ହୋଇଗଲା ତୁମୁଳ କାଣ୍ଡ । ହୋଟେଲମାଲିକ ଜଣକ କ୍ୟାସ ନେବେ ବୋଲି ନିଜ ଜିଦରେ ଅଟଳ ଥିବା ବେଳେ ଗ୍ରାହକ ବି ଶୁଣିବାକୁ ନାର।।ଜ । ଶେଷରେ ଘଟଣାର ସମାଧାନ ହେବ କଣ ଆରମ୍ଭ ହୋଇଗଲା ହଣାହଣି। ହୋଟେଲକୁ ଆସିଥିବା ୩ ଗ୍ରାହକ ଦୋକାନ ମାଲିକ ଓ କର୍ମଚାରୀଙ୍କୁ ଖଣ୍ଡାରେ ହାଣିବାକୁ ପଛାଇ ନ ଥିଲେ। ଏହିଭଳି ଘଟଣା ବ୍ରହ୍ମପୁର ବଡ଼ବଜାର ଥାନା ହରିଡାଖଣ୍ଡି ଛକରେ ଗତ ରବିବାର ଘଟିଥିବା ବେଳେ ସିସିଟିଭିରେ କଏଦ ହୋଇଯାଇଛି ସବୁ ଘଟଣା । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ ରବିବାର ରାତି ପ୍ରାୟ ସାଢେ ୮ଟାରେ ବଡ଼ବଜାର ଥାନା ହରିଡାଖଣ୍ଡି ଛକରେ ଥିବା ଅନିଲ ହୋଟେଲକୁ ଖାଇବାକୁ ୩ ଯୁବକ ଯାଇଥିଲେ। ବକେୟା ୧୦୦ ଟଙ୍କା ଡିଜିଟାଲ ପେମେଣ୍ଟରେ ଦବାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଯାହା ହଣା ହଣିରେ ପହଞ୍ଚିଥିଲା । ବଡବଜାର ପୋଲିସ ୪ ଜଣଙ୍କୁ ଅଟକ ରଖିଥିବା ବେଳେ ଦୁଇଟି ଖଣ୍ଡା ଜବତ କରିଥିବା ସୂଚନା ମିଳିଛି ।