ହିମାଚଳ ପ୍ରଦେଶରେ ଘାଟି ତଳକୁ ଖସିଲା ସ୍କୁଲ ବସ ୧୬ ଜଣଙ୍କର ମୃତ୍ୟୁ

ମୃତକଙ୍କ ମଧ୍ୟରେ କିଛି ସ୍କୁଲ ଛାତ୍ରଛାତ୍ରୀ

ହିମାଚଳ ପ୍ରଦେଶ: ହିମାଚଳପ୍ରଦେଶର କୁଲ୍ଲୁରେ ବଡ଼ ଧରଣର ସ୍କୁଲ ବସ୍ ଦୁର୍ଘଟଣା। ସୋମବାର ସକାଳୁ ଏଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି। ସ୍କୁଲକୁ ଯାଉଥିବା ଏକ ଘାଟି ତଳକୁ ଖସିପଡିଥିବା ନେଇ ସୂଚନା ମିଳିଛି। ଆଉ ଘଟଣାସ୍ଥଳରେ ହିଁ ୧୬ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ କିଛି ସ୍କୁଲ ଛାତ୍ରଛାତ୍ରୀ ଥିବା କୁହାଯାଉଛି। ଛାତ୍ରଛାତ୍ରୀ ମାନେ ବସରେ ସ୍କୁଲ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ହୋଇଛି। ମିଳିଥିବା ସୂଚନା ମୁତାବକ, ଏହି ବସଟି ସେଞ୍ଚ ଘାଟିର ଶେନସରରୁ ସେଞ୍ଚକୁ ଆସୁଥିଲା। କିନ୍ତୁ ସେଞ୍ଚରେ ପହଞ୍ଚିବା ପୂର୍ବରୁ ହିଁ ଜଙ୍ଗଲା ଠାରେ ନିୟନ୍ତ୍ରଣ ହରାଇ ଘାଟି ତଳକୁ ଖସି ପଡିଥିଲା ବସ୍। ଏହି ବସରେ ସ୍ଥାନୀୟ ଲୋକଙ୍କ ସମେତ କିଛି ସ୍କୁଲ ଛାତ୍ରଛାତ୍ରୀ ରହିଥିଲେ। ଆଉ ବସଟି ଛାତ୍ରଛାତ୍ରୀଙ୍କୁ ଛାଡିବାକୁ ସ୍କୁଲ ଯାଉଥିଲା। ଘାଟି ତଳକୁ ଖସିବା ପରେ ବସଟି ଭାଙ୍ଗି ଚୁରମାର ହୋଇଯାଇଛି। ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳର ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଥିବା ବେଳେ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଛନ୍ତି।