(ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ ) : ଦିନକୁ ଦିନ ବୃଦ୍ଧି ହେଉଥିବା ପ୍ରଦୂଷଣକୁ ଧ୍ୟାନରେ ରଖି ଏଥିରେ ନୂଆ ସଲ୍ୟୁଶନ ପ୍ରଦାନ କରାଯାଇଥିବା ଗୃହ ଉପକରଣ ଏବଂ କଞ୍ଜ୍ୟୁମର ଇଲେକଟ୍ରୋନିକ୍ସର ଅଗ୍ରଣୀ ବ୍ରାଣ୍ଡ ହାୟର ଇଣ୍ଡିଆ ପକ୍ଷରୁ ନୂଆ ରେଞ୍ଜର ଏସି ଶୃଙ୍ଖଳା ବଜାରକୁ ଆସିଛି। ପ୍ୟୁରିକୁଲ ରେଞ୍ଜର ଏସି ଶୃଙ୍ଖଳା ମଧ୍ୟରେ ରହିଛି ୫ ଏବଂ ୩ ଷ୍ଟାର ବର୍ଗରେ ନୂଆ ଭାରିଆଣ୍ଟ। ଏଗୁଡିକ ୧ ଏବଂ ୧.୫ ଟନ୍ କୁଲିଂ କ୍ଷମତା ସହ ଆସୁଛି। ଏଥିରେ ପୂର୍ବସ୍ଥାପିତ ଏୟାର ପ୍ୟୁରିଫାୟର ମଧ୍ୟ ରହିଛି। ସେଲଫ୍ କ୍ଲିନିଂ ଇନଭର୍ଟର ଟେକ୍ନୋଲୋଜି ସବିଧା ଏଥିରେ ଦିଆଯାଇଛି। ଗ୍ରାହକଙ୍କୁ ସର୍ବଦା ନୂଆ ପ୍ରଡକ୍ଠ ଯୋଗାଣ ଦିଗରେ କାର୍ୟ୍ୟ କରୁଛୁ ବୋଲି ଏସିର ବଜାର ପ୍ରବେଶ ଅବସରରେ ହାୟର ଆପ୍ଲାଏନ୍ସ ଇଣ୍ଡିଆର ସଭାପତି ଏରିକ ବ୍ରେଗେଞ୍ଜା ସୂଚନା ଦେଇଛନ୍ତି।