ସାଲେପୁର: କଟକ ଚାନ୍ଦବାଲି ରୋଡର ଶିଶୁଆ ଧବଳେଶ୍ଵର ମନ୍ଦିର ପାଖରେ ହଇୱା ଛିଡା ହୋଇ ଥିବା ସମୟରେ ଏକ ପିକପ ଭ୍ୟାନ ଦ୍ରୁତ ଗତିରେ ଆସି ହାଇୱା ପଛରେ ପିଟିଲା।ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ।ଗାଡ଼ିର ଡ଼୍ରାଇଭର ଏବଂ ହେଲପର ଗୁରୁତର ଆହତ ହୋଇ କଟକ କୁ ଚିକିତ୍ସା ହେବା ପାଇଁ ପଠାଯାଇଛି। ପିକପ୍ ଟି କଟକରୁ କେନ୍ଦ୍ରାପଡ଼ା ଯାଉଥିଲା।