ହାଇସ୍କୁଲର ୧୦ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ

ଅନୁଗୁଳ: ବାଲିପଟା ପଞ୍ଚାୟତ ବାଳିକା ହାଇସ୍କୁଲର ୧୦ ଛାତ୍ରୀ ପଜିଟିଭ ହୋଇଛନ୍ତି । ହାଇସ୍କୁଲ ଛାତ୍ରୀ ନିବାସରୁ ଏହି ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଣ୍ଟିଜେନ ଟେଷ୍ଟରେ କରୋନା ଚିହ୍ନଟ ହେବା ପରେ ଆରଟିପିସିଆର ଟେଷ୍ଟ ପାଇଁ ପଠାଯାଇଥିବା ଜିଲ୍ଲାପାଳ କହିଛନ୍ତି । ସେପଟେ ଯାଜପୁର ଦଶରଥପୁର ସରକାରୀ ଆବାସିକ ବାଳିକା ବିଦ୍ୟାଳୟର ୧୯୫ ଛାତ୍ରୀଙ୍କ ଷ୍ଟେ ହୋଇଥିବା ବେଳେ ୯ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ବିଦ୍ୟାଳୟଟି ରହିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ଟେଷ୍ଟିଂ ଚାଶଲିଛି । ସ୍କୁଲ ପରିସରକୁ ସାନିଟାଇଜର କରାଯାଇଛି । ବିଭାଗ ପକ୍ଷରୁ ଆକ୍ରାନ୍ତ ୯ ଛାତ୍ରୀଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା ଚାଲିଛି । ସେପଟେ ଏହି ଘଟଣା ଉପରେ ନଜର ରଖାଯାଇଥିବା ଜିଲ୍ଲାର ସମସ୍ତ ଆବାସିକ ବିଦ୍ୟାଳୟରେ ଟେଷ୍ଟିଂ କରାଯାଉଥିବା ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।