ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ସ୍ୱାଧୀନତା ଦିବସରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଯାଉଛି । ଏହି ଦିନ ଏସଏସଏଲଭି-ଡି୩ ରକେଟରେ ଉତକ୍ଷେପଣ ହେବ । ଆର୍ଥ ଅବଜର୍ଭେସନ ସାଟେଲାଇଟ ଇଓଏସ-୦୮ । ଶ୍ରହରି କୋଟାରୁ ସକାଳ ୯ଟା ୧୭ରେ ଏହି ଲଞ୍ଚ ହେବ । ଏହା ସ୍ମଲ ସାଟେଲାଇଟ ଲଞ୍ଚ ଭେହିକିଲ ବା ଏସଏସଏଲଭିର ତୃତୀୟ ତଥା ଚୂଡାନ୍ତ ଉଡାଣ ହେବାକୁ ଯାଉଛି । ଏହାର ଓଜନ ୧୭୫.୫ କିଲୋଗ୍ରାମ ଓ ଏହାକୁ ଭୂପୃଷ୍ଠରୁ ୪୭୫ କିଲୋମିଟର ଉଚ୍ଚତାରେ ଅବସ୍ଥାପିତ ଇସ୍ରୋ କରିବ । ୩ଟି ପେଲୋଡ ଦିନରାତି ପରିବେଶ ନରୀକ୍ଷଣ, ପାଣିପାଗ ପୂର୍ବାନୁମାନ, ବିପର୍ଯ୍ୟୟ ପରିଚାଳନା ଓ ମିଶନରେ ସହାୟକ ହେବ ।