ସ୍ତ୍ରୀକୁ ବିକି ସ୍ୱାମୀ କିଣିଲା ସ୍ମାର୍ଟ ଫୋନ

(ବଲାଙ୍ଗିରୀ) : ମଣିଷକୁ ନିଜର ଅଏସ ପାଇଁ କିଛି ବି କରିପାରନ୍ତି । ଆଉ ଏମିତି କିଛି କରନ୍ତି ଯାହା ସମାଜ ପାଇଁ ଲଜ୍ଜାର କଥା । ସେମିତି ଜଣେ ସ୍ୱାମୀ ନିଜର ଅଏସ ପାଇଁ ସ୍ତ୍ରୀକୁ ବିକ୍ରୀ କରିଛି । ଏମିତି ଏକ ଲଜ୍ଜାଜନକ ଖବର ଆସିଛି ମଧ୍ୟ ପ୍ରଦେଶ ସୀମା ଦକ୍ଷିଣ-ପୂର୍ବ ରାଜସ୍ଥାନ ଜିଲ୍ଲା ବାରନରୁ । ଜଣେ ୨୬ ବର୍ଷ ବୟସ୍କା ମହିଳାଙ୍କୁ ପୋଲିସ ବହୁତ କଷ୍ଟରେ ଉଦ୍ଧାର କରିଛି। କାରଣ ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ପୋଲିସକୁ ନେବାକୁ ମନା କରିଦେଇଥିଲେ। ଗ୍ରାମବାସୀ କହିଥିଲେ ଯେ ସେମାନେ ତାଙ୍କୁ କିଣିଛନ୍ତି ।
କଥାଟି ଆଶଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଅଗଷ୍ଟ ମାସରେ ଦମ୍ପତି ଇଟା ଭାଟିରେ କାମ କରିବାକୁ ରାଜସ୍ଥାନ ଯାଇଥିଲେ। ରାୟପୁର ଓ ଝାନ୍ସୀ ଦେଇ ଦୁହେଁ ରାଜସ୍ଥାନ ଯାଇଥିଲେ। ଚାକିରୀର କିଛି ଦିନ ପରେ ୧୭ ବର୍ଷୀୟ ସ୍ୱାମୀ ନିଜ ସ୍ତ୍ରୀକୁ ଜଣେ ୫୫ ବର୍ଷୀୟ ବ୍ୟକ୍ତିକୁ ବିକି ଦେଇଥିଲା। ବେଲପଡା ପୋଲିସ ବୁଲୁ ମୁଣ୍ଡ କହିଛନ୍ତି ଯେ ଯୁବକ ୧.୮ ଲକ୍ଷ ଟଙ୍କାରେ ନିଜ ସ୍ତ୍ରୀକୁ ବାରନ ଜିଲ୍ଲାର ଜଣେ ବ୍ୟକ୍ତିକୁ ବିକି ଦେଇଥିଲା।
କିଶୋର ସେ ଟଙ୍କାରେ ଅଏସ କରିବା ସହ ଗୋଟିଏ ସ୍ମାର୍ଟଫୋନ୍ କିଣିଲା। ପରେ ସେ ନିଜ ଗାଁକୁ ଫେରିଗଲା। ଯେତେବେଳେ ତାଙ୍କ ପତ୍ନୀଙ୍କ ପରିବାର ତାଙ୍କୁ ପତ୍ନୀ ବିଷୟରେ ପଚାରିଥିଲେ ସେ କହିଥିଲେ ଯେ ସେ ତାଙ୍କୁ ଛାଡି ଚାଲିଯାଇଛି। ଚଳିତ ବର୍ଷ ଜୁଲାଇରେ ଦୁହିଁଙ୍କର ବାହାଘର ହୋଇଥିଲା। ମହିଳାଙ୍କ ଘର ଲୋକ ଯୁବକ କଥାରେ ବିଶ୍ୱାସ କରିନଥିଲେ ଓ ଥାନାରେ ମାମଲା ରୁଜ୍ଜୁ କଲେ। ପୋଲିସ ତାଙ୍କର କଲ ରେକର୍ଡ ଯାଞ୍ଚ କରିଥିଲା। କଲ୍ ରେକର୍ଡ ପୋଲିସ ଉଭୟଙ୍କ ମଧ୍ୟରେ ଫାଟ ଥିବା ଜାଣିପାରିଥିଲା। ପୋଲିସ ଉକ୍ତ ଯୁବକକୁ ପଚରାଉଚୁରା କରିଥିଲା ଓ ଜାଣିବାକୁ ପାଇଥିଲା ଯେ ସେ ନିଜ ସ୍ତ୍ରୀକୁ ବିକିଦେଇଛି। ବଲାଙ୍ଗୀରର ଏକ ଟିମ ମହିଳାଙ୍କୁ ଖୋଜିବାକୁ ରାଜସ୍ଥାନ ଯାଇଥିଲା। ତେବେ ଗ୍ରାମବାସୀ ପୋଲିସକୁ ମହିଳାଙ୍କୁ ନେଇଯିବାକୁ ଅନୁମତି ଦେଇନଥିଲେ। ସେମାନେ କହିଥିଲେ ଯେ ମହିଳାଙ୍କୁ ୧.୮ ଲକ୍ଷ ଟଙ୍କାରେ କିଣାଯାଇଛି। ମହିଳାଙ୍କୁ ବହୁ କଷ୍ଟରେ ପୋଲିସ ସେଠାରୁ ଉଦ୍ଧାର କରିଛି ବୋଲି ପୋଲିସ ଅଧିକାରୀ କହିଛି। ୧୭ ବର୍ଷୀୟ ସ୍ୱାମୀକୁ ଶୁକ୍ରବାର ଦିନ ଜୁଭେନାଇଲ କୋର୍ଟରେ ହାଜର କରାଯାଇ ଏକ ସଂଶୋଧନ ଗୃହକୁ ପଠାଯାଇଛି।