( ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ଟିକିଲିପରାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀକୁ ପଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ତିନିଦିନ ତଳେ ଘଟିଥିବା ଜଣାପଡ଼ିଛି। ଶନିବାର ଦିନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ସେହି ସମୟରେ କପିଳ ରାଗି ଯାଇ ଶର୍ମିଳାଙ୍କୁ ପିଟି ପିଟି ମାରି ଦେଇଥିଲେ। ତା’ପରେ ମୃତଦେହକୁ ଘର ପଛ ପଟେ ଥିବା ଶୌଚାଳୟର ଟାଙ୍କିରେ ଲୁଚେଇ ରଖିଥିଲା। ତା’ପର ଦିନ ମୃତଦେହକୁ ଏକ ବସ୍ତାରେ ଭର୍ତ୍ତି କରି ନିକଟସ୍ଥ ଜଙ୍ଗଲକୁ ନେଇଯାଇ ସେଠାରେ ପୋତି ଦେଇଥିଲେ। କୌଣସି ସୂତ୍ରରୁ ଆଜି ପୁଲିସ୍ ଘଟଣା ସମ୍ପର୍କରେ ଜାଣିଲା ପରେ କପିଳଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘରୋଇ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।