ସୁସ୍ଥ ହେଲେ ଆଉ ୧୪୯ କରୋନା ସଂକ୍ରମିତ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର) :  ରାଜ୍ୟରେ ଆଉ ୧୪୯ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ସହ ରାଜ୍ୟରେ କରୋନା ଆକ୍ରାନ୍ତ ସୁସ୍ଥଙ୍କ ସଂଖ୍ୟା ୨୨୮୨ କୁ ବୃଦ୍ଧି ପାଇଛି । ସୁସ୍ଥଙ୍କ ମଧ୍ୟରୁ ଗଞ୍ଜାମରୁ ୫୭, ଖୋର୍ଦ୍ଧାରୁ ୨୬, ବଲାଙ୍ଗୀରରୁ ୧୧, ଜଗତସିଂହପୁରରୁ ୮, ବାଲେଶ୍ୱରରୁ ୭, ଯାଜପୁରରୁ ୭, ନୟାଗଡ଼ରୁ ୭, ଭଦ୍ରକରୁ ୫, କେନ୍ଦ୍ରାପଡ଼ାରୁ ୫, ପୁରୀରୁ ୫, ସୁନ୍ଦରଗଡ଼ରୁ ୪, କେନ୍ଦୁଝରରୁ ୩, କଟକରୁ ୨, ବୈାଦ୍ଧ ଓ କୋରାପୁଟରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।