ସୁମିତଙ୍କୁ ଝଟକା…

ବ୍ରହ୍ମପୁର: ବିବାଦିତ ଦମ୍ପତି ତପସ୍ୱିନୀ ଓ ଡାକ୍ତର ସୁମିତ ମାମଲାରେ ସୁମିତଙ୍କୁ ଝଟକା । କାଗଜାତ ସଂଗ୍ରହ ପାଇଁ ସୁମିତ ମାଗିଥିବା ୧୫ ଦିନ ଅବଧି ସମ୍ବନ୍ଧିତ ପିଟିସନକୁ କୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ ସୁମିତଙ୍କ ପିଟିସନ ଖାରଜ କରିବା ସହ ତପସ୍ୱିନୀଙ୍କ ପିଟିସନର ଶୁଣାଣି ପାଇଁ ଦେଇଛନ୍ତି ନିର୍ଦ୍ଦେଶ । ଶାଶୁ ଘରେ ରହିବା ଲାଗି ବ୍ୟବସ୍ଥା କରିବାକୁ ପିଟିସନ୍ କରିଛନ୍ତି ତପସ୍ୱିନୀ। ତପସ୍ୱିନୀଙ୍କ ଓକିଲ କହିଛନ୍ତି, ସୁମିତ ଜାଣିଶୁଣି କୋର୍ଟକୁ ଆସୁନାହାନ୍ତି। ସେ ଆଜି କୋର୍ଟକୁ କାଗଜାତ ସଂଗ୍ରହ ପାଇଁ ୩୦ ଦିନ ସମୟ ମାଗିଥିଲେ। କିନ୍ତୁ ତାଙ୍କ ପିଟିସନକୁ କୋର୍ଟ ଖାରଜ କରାଯାଇଛି।
ତପସ୍ୱିନୀ-ସୁମିତ୍ କହଳ ଦିନକୁ ଦିନ ଉଗ୍ରରୂପ ଧାରଣ କଲାଣି । କେତେବେଳେ ସ୍ୱାମୀ ଲୁଚିଲୁଚି ସ୍ତ୍ରୀକୁ ଧମକ ଦେଲାଣି ତ ଆଉ କେତେବେଳେ ସ୍ତ୍ରୀ ମିଡିଆ ସାମ୍ନାରେ ସ୍ୱାମୀକୁ ଚ୍ୟାଲେଞ୍ଜ କରୁଛି । ଲୁଚିକି ରହିଥିବା ଡାକ୍ତର ସୁମିତ ଘଡ଼ିକୁ ଘଡ଼ି ଗୋଟିଏ ଗୋଟିଏ ଅଡିଓ ମେସେଜ ଛାଡ଼ୁଛନ୍ତି । ଆଉ ମିଡିଆ ସାମ୍ନାକୁ ସବୁ ସାହସର ସହ ସାମ୍ନା କରୁଛନ୍ତି ତପସ୍ୱିନୀ । ଯେତେ ଚେଷ୍ଟା କଲେ କିମ୍ବା ଷଡ଼ଯନ୍ତ୍ର କଲେ ବି ଉଠିବିନି ବୋଲି ତପସ୍ୱିନୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।