ମୁମ୍ବାଇ:ଦୁର୍ଘଟଣାର ଶିକାର ହୋଇଛନ୍ତି କିଙ୍ଗ ଖାନ୍ । ଆମେରିକାର ଲସ ଆଞ୍ଜେଲିସରେ ଶାହରୁଖ ଖାନ୍ ନିଜର ଆଗାମୀ ଫିଲ୍ମର ଶୁଟିଂ ବେଳେ ନାକରେ ଆଘାତ ଲାଗିଛି । ନାକରୁ ପ୍ରବଳ ରକ୍ତସ୍ରାବ ହୋଇଛି । ଆହତ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ନାକରୁ ପ୍ରବଳ ରକ୍ତସ୍ରାବ ରୋକିବା ପାଇଁ ଡାକ୍ତର ତାଙ୍କର ଅସ୍ତ୍ରୋପଚାର କରିଛନ୍ତି । ଅସ୍ତ୍ରୋପଚାର ପରେ ଶାହରୁଖଙ୍କ ନାକରେ ବ୍ୟାଣ୍ଡେଣ୍ଡ୍ ଲଗାଯାଇଥିଲା ।ନାକରେ ଆଘାତ ଲାଗିବାରୁ ଶୁଟିଂ ଅଧାରୁ ବନ୍ଦ ହୋଇଥିବା ବେଳେ ଶାହରୁଖ ଭାରତ ଫେରି ଆସିଥିବା ସୂଚନା ରହିଛି । ସେପଟେ ଆହତ ଯୋଗୁଁ ଶାହରୁଖ କିଛି ଦିନ ପାଇଁ ଫିଲ୍ମ ଶୁଟିଂରୁ ଦୂରେଇ ରହିପାରନ୍ତି ।