ସାବାଡ ହେବେ ରୋଡ ସାଇଡ ରୋମିଓ ଆସୁଛନ୍ତି ଲେଡି ଦବଙ୍ଗ
(ସରୋଜ କୁମାର ରାଉତ /ଭୁବନେଶ୍ୱର): ସାବାଡ ହେବେ ରୋଡ ସାଇଡ ରୋମିଓଙ୍କ ସହ ବେପରୁୃୃଆ ଢ଼ଙ୍ଗରେ ଗାଡି ଚଲାଉଥିବା ଚାଳକ । ଭୁବନେଶ୍ୱରରେ ଟ୍ରାଫିକ ଡିସିପି ଭାବେ ଯୋଗ ଦେବାକୁ ଯାଉଛନ୍ତି ଆଇପିଏସ ସାଗରିକା ନାଥ ଜ୍ଝ ବିଶେଷ କରି ରୋଡ଼ ରୋମିଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚାରେ ଥିଲେ ଏହି ଲେଡି ଆଇପିଏସ ଅଫିସର ଜ୍ଝ କୋରାପୁଟ ଜୟପୁରରେ ଏସଡ଼ିପିଓ ଭାବେ କାର୍ୟ୍ୟ କରୁଥିବା ସାଗରିକାଙ୍କ କାମକୁ ନେଇ ଅଞ୍ଚଳବାସୀ ଢେର ଖୁସି ହୋଇଥିଲେ ଜ୍ଝ ନିଜର ପ୍ରଥମ ୨ ମାସର କାର୍ଯ୍ୟକାଳ ଭିତରେ ଗଂଜେଇ ମାଫିଆ, ମଦ ମାଫିଆ, ଓ ଦୁର୍ଦ୍ଦାନ୍ତ ଅପରାଧିକୁ ଗିରଫ କରିବାରେ ସଫଳ ହୋଇଥିଲେ ସାଗରିକା । କୋରାପୁଟ ଗଞ୍ଜେଇ ଚୋରା ବେପାରୀଙ୍କ ପାଇଁ ଆତଙ୍କ ସାଜିଥିଲେ ଏହି ଆଇପିଏସ ଅଧିକାରୀ । କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଣ୍ଟି ରୋମିଓ ସ୍କ୍ୱାର୍ଡ ଗଠନ କରି ରାସ୍ତାରେ ଯାଉଥିବା ଝିଅ ମହିଳାଙ୍କୁ କମେଣ୍ଟ ମାରିଲେ ଓ ଅଶ୍ଳୀଳ ଇଙ୍ଗିତ କଲେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଛନ୍ତି ଜ୍ଝ ଭିନ୍ନ ଭିନ୍ନ ସମୟରେ ଝିଅଙ୍କୁ କମେଣ୍ଟ ମାରିବା, ବେପରୁଆ ତଥା ଦ୍ରୁତ ଗତିରେ ଗାଡ଼ି ଚାଳନା, ବାଇକ୍ରେ ୩ ଜଣ ବସି ଯିବା, ନାବାଳକ ଗାଡ଼ି ଚାଳକ, ଡ୍ରାଇଭିଂ ଲାଇସେନ୍ସ ଏବଂ ହେଲମେଟ ନ ପିନ୍ଧିବା ଯାଞ୍ଚ କରାଯାଇଥିଲା ବହୁ ସଂଖ୍ୟାରେ ଯୁବକଙ୍କୁ ଅଟକ ରଖିଥିଲା ପୁଲିସ । ଆଉ ଏହାର ନେତୃତ୍ୱ ନେଇଥିଲେ ଖୋଦ ସାଗରିକା ଜ୍ଝ ୨୦୧୬ ବ୍ୟାଚର ଏହି ଲେଡ଼ି ଆଇପିଏସ ଅଫିସର ୧୯୮୮ ମସିହାରେ ଜନ୍ମ ଗ୍ରହଣ କରିଥିବାବେଳେ ତାଙ୍କ ପୈତୃକ ଘର ହେଉଛି ଅନୁଗୁଳ । ତେବେ ସାଗରିକାଙ୍କ ପିଲାବେଳ କଟିଥିଲା କୋରାପୁଟରେ । ଦାମନଯୋଡ଼ିରେ ରହୁଥିବା ସାଗରିକା ଦିଲ୍ଲୀ ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ବିଶାଖାପାଟଣାରେ ଯୁକ୍ତ ଦୁଇ ପାଠପଢ଼ା ଶେଷ କରିଥିଲେ । ତେବେ ପରେ ଭୁବନେଶ୍ୱର ସିଇଟି ଇଞ୍ଜିନିୟରିଂ କଲେଜରେ ନିଜର ଉଚ୍ଚ ଶିକ୍ଷା ଶେଷ କରିବା ପରେ ଆଇପିଏସ ପାଇଁ ପ୍ରସ୍ତୁତି କରିଥିଲେ, ଆଉ ୪ ବର୍ଷ ପରେ ସାଗରିକାଙ୍କ ଏହି ସ୍ୱପ୍ନ ପୂରଣ ହୋଇଥିଲା । ୨୦୧୬ ମସିହାରେ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଆଉ ଦୁଇ ବର୍ଷର ଟ୍ରେନିଂ ପରେ ତାଙ୍କୁ ପ୍ରଥମ ପୋଷ୍ଟିଂରେ ବୋରିଗୁମ୍ମାକୁ ପଠା ଯାଇଥିଲା । ବୋରିଗୁମ୍ମାର ଦାୟିତ୍ୱ ନେବା ପରେ ସାଗରିକାଙ୍କ ଦବଙ୍ଗଗିରି ଦେଖିଥିଲେ ଅଞ୍ଚଳବାସୀ । ବୋରିଗୁମ୍ମାରେ ଗଞ୍ଜେଇ ବେପାରୀଙ୍କ ଉତ୍ପାତ ତାଙ୍କ ନଜରକୁ ଆସିବା ପରେ ସେ ଆରମ୍ଭ କରିଥିଲେ ରାତି ଅଧିଆ ଅପରେସନ । ଯାହା ଫଳରେ ବୋରିଗୁମ୍ମାରୁ ସମ୍ପୂର୍ଣ୍ଣ ଭାବେ ଏବେ ଗଞ୍ଜେଇ ଚୋରା ଚାଲାଣ ବନ୍ଦ ହୋଇଯାଇଛି ।