ଭୁବନେଶ୍ୱର: ଘରୋଇ ସ୍କୁଲରେ ଫି’ ଛାଡ ପ୍ରସଙ୍ଗ । ଅଭିଭାବକ ମହାସଂଘ, ସ୍କୁଲ କର୍ତ୍ତୃପକ୍ଷ ଓ ଶିକ୍ଷର ମହାସଂଘର ସହମତି ପତ୍ର ଆଜି ସରକାରଙ୍କୁ ଦିଆଯାଇଛି । ଅଭିଭାବକ, ସ୍କୁଲମାନଙ୍କ ସୁହାଇଲା ଭଳି ଓ ଶିକ୍ଷକମାନେ କିପରି ଦରମା ପାଇବେ ସେନେଇ ଏକ ଆପୋସ ବୁଝାମଣା ହୋଇଛି ବୋଲି କହିଛନ୍ତି ଓଡିଶା ଅଭିଭାବକ ମହାସଂଘର ସହ ଅଧ୍ୟକ୍ଷ ପ୍ରଶନ୍ନ ବିଶୋଇ ।
ଅନ୍ୟପଟେ ଆସନ୍ତା ୨୧ ତାରିଖରୁ ସ୍କୁଲ ଖୋଲିବାକୁ ବିରୋଧ କରିଛି ଓଡିଶା ଅଭିଭାବକ ମହାସଂଘ । କେନ୍ଦ୍ର ସରକାର ଏହାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଳି କୁହାଯାଇଛି । ଏହାସହ ଅନ୍ଲାଇନ ଶିକ୍ଷାକୁ କେମିତି ଆହୁରି ସୁଦୃଢ କରାଯିବ ସେନେଇ ସମ୍ପୂର୍ଣ୍ଣ ବ୍ୟବସ୍ଥା ସରକାର କରନ୍ତୁ ବୋଲି କହିଛନ୍ତି ଶ୍ରୀଯୁକ୍ତ ବିଶୋଇ ।