(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ଋଣରେ ବୁଡି ରହିଛି ଜେଟ ଏୟାରୱେଜ । ଚଳିତ ଆର୍ଥିକ ବର୍ଷର ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୫୮୭.୭୭ କୋଟି କ୍ଷତି ହୋଇଛି । ଗତ ବର୍ଷର ସମାନ ତିନି ମାସରେ କମ୍ପାନୀ ୧୬୫.୨୫ କୋଟି ଟଙ୍କାର ଲାଭ ହାସଲ କରିଥିଲା । ଜେଟ ଏୟାରୱେଜ ପକ୍ଷରୁ ସେବିକୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଏହାପରେ କମ୍ପାନୀ ବୋର୍ଡ ପକ୍ଷରୁ ସମାଧାନ ପ୍ରକ୍ରିୟା ଆପଣେଇବାକୁ ଆଗତ ପ୍ରସ୍ତାବ ଅନୁମୋଦନ କରାଯାଇଛି । ଋଣପ୍ରଦାନକାରୀ ବ୍ୟାଙ୍କଗୁଡିକ କମ୍ପାନୀ ପାଇଁ ୮୫୦୦ କୋଟି ଟଙ୍କାର ସମାଧାନ ପ୍ରକ୍ରିୟା ପ୍ରସ୍ତାବ ଦେଇଥିଲେ । ଜେଟ ଏୟାରୱେଜ ବୋର୍ଡ ଆସନ୍ତା ୨୧ରେ ପୁନର୍ବାର ବୈଠକରେ ଏହାର ସମ୍ପୂର୍ଣ୍ଣ ଋଣକୁ ୧୧୪ ମିଳିୟନ ଶେୟାରରେ ରୂପାନ୍ତରିତ କରିବା ଲାଗି ଶେୟାରଧାରକଙ୍କ ଠାରୁ ଅନୁମତି ନେବ । ପ୍ରସ୍ତାବ ଅନୁମୋଦନ ପରେ ଋଣ ପ୍ରଦାନକାରୀ ବ୍ୟାଙ୍କ ଏହା ଜଣାଇ ଦିଆଯିବ ବୋଲି ଜେଟ ପକ୍ଷରୁ କୁହାଯାଇଛି ।