ସୂର୍ୟ୍ୟକାନ୍ତ ବେହେରା /ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବୁଟିଗୁଡା କଲୋନୀ ଗ୍ରାମରେ ଘଟିଯାଇଛି ଏକ ବଡ଼ ଅଘଟଣ । ଏହି ଗ୍ରାମରେ ରହୁଥିବା ସରୋଜ କୁମାର ପାଙ୍ଗି,ଵୟସ-୨୫, ପିତା-ସନ୍ୟାସୀ ପାଙ୍ଗିଙ୍କ ମୃତଦେହ ଘରଠାରୁ ୧୦୦ ମିଟର ଦୂରରେ ଥିବା ଗୀତା ଖରା ନାମକ ମହିଳାଙ୍କ ଘରୁ ଉଦ୍ଧାର କରାଯାଇଅଛି । ଖବର ପାଇ ରାତି ପ୍ରାୟ ୧ଟାରେ ମୃତକଙ୍କ ପରିବାର ଲୋକ ସରୋଜ ମୃତଦେହ କୁ ତଳକୁ ଓହ୍ଲାଇ ନିଜ ଘରକୁ ନେଇଯାଇଥିଲେ । ଆଜି ସକାଳେ ସ୍ଥାନୀୟ ପୋଲିସ ଫାଣ୍ଡିରେ ମୃତ୍ୟୁ ସମ୍ପର୍କରେ ଏକ ଅଭିଯୋଗ ଦାଖଲ ହୋଇଥିଲା ।
ଏହି ଅଭିଯୋଗ କୁ ଭିତ୍ତିକରି ଚିତ୍ରକୋଣ୍ଡା ଏସ୍ ଡି ପିଓ ଅପ୍ସଶୁମାନ ଦ୍ୱିବେଦୀ ଓ କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ଗିରୀଶ ଚନ୍ଦ୍ର ମହାରଣା ସଦଳବଳେ ଘଟଣାସ୍ଥଳରେ ପହଁଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହ ଗୀତା ଖରାଙ୍କୁ ପଚରାଉଚରା କରିଛି । ତେବେ ଏହାକୁ ଗ୍ରାମବାସୀ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ଉକ୍ତ ମହିଳା ଜଣଙ୍କ ସପ୍ସଦେହ ଘେରରେ ଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ସଂଖ୍ୟା-୧୯୩/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।