ଷ୍ଟେସନରୁ ଉଦ୍ଧାର ହେଲା ଚିରା ଫଟା ନୋଟ

(କଟକ) : କଟକ ରେଳଷ୍ଟେସନରୁ ଉଦ୍ଦାର ହୋଇଛୀ ଚିରାଫଟା ନୋଟ । ନୋଟ ଗୁଡିକ କ୍ସେଚେଞ୍ଜ ହେବାକୁ ଦିଲ୍ଲୀ ଯାଉଥିବା ବେଳେ ଆୟକର ବିଭାଗ ମାଡିବସିଛି । ଏହାର ତଦନ୍ତ ପରେ ଆରପିଏଫର କହିବା ଅନୁଯାୟୀ, ଭୁବନେଶ୍ବରର ୨୦ରୁ ୨୫ଜଣ ଯୁବକ ଚିରାଫଟା ଟଙ୍କା ସଂଗ୍ରହ କରି ସେଗୁଡିକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଜମା କରି ନୂଆ ନୋଟ୍ ନେବା କାମ କରନ୍ତି । ଆଉ ଏ ବାବଦରେ ଯୁବକମାନେ କମିଶନ ପାଇଥାଆନ୍ତି । ପ୍ରାଥମିକ ତଦନ୍ତରେ ଜବତ ୨୪ ଲକ୍ଷ ୫୦ ହଜାର ଟଙ୍କା ଏହି ଚିରାଫଟା ଟଙ୍କା ଏକ୍ସଚେଞ୍ଜ ପାଇଁ ଦିଲ୍ଲୀ ନିଆଯାଉଥିଲା । ଦିଲ୍ଲୀରେ ବିଭିନ୍ନ ପାର୍ଟି, ବାହାଘର ଆଦିରେ ଏହି ଟଙ୍କାରେ ହାର ତିଆରି କରାଯାଇଥାନ୍ତା ବୋଲି ଆରପିଏଫ୍ କହିଛି । ଅନ୍ୟପଟେ ଘଟଣାର ତଦନ୍ତ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ହାତକୁ ନେଇପାରେ ବୋଲି ଜଣାପଡିଛି । ଅଭିଯୁକ୍ତ ଅରୁଣ ସ୍ବାଇଁଙ୍କୁ ଜେରା କରି ଲେଖାପଢା କରି ଆୟକର ବିଭାଗ ଛାଡି ଦେଇଥିବ ।ସୂଚନା ମିଳିୀଛି । ଅଧୀକ ଜେରା ପାଇଁ ଅଭିଯୁକ୍ତ ଅରୁଣଙ୍କୁ ଗୁରୁବାର ଆୟକର ବିଭାଗରେ ହାଜର ହେବା ପାଇଁ ନୋଟିସ୍ ଜାରି ହୋଇଛୀ । ଜବତ ହୋଇଥିବା ଟଙ୍କାକୁ ଆରବିଆଇ ହେପାଜତରେ ରଖାଯାଇଛି । ତେବେ ଏତେ ଟଙ୍କା ଟ୍ରେନରେ ନେବା ଉପରେ କଟକଣା ଥିବାରୁ ରେଳବାଇ କାର୍ୟ୍ୟାନୁଷ୍ଠାନ କରିପାରେ । ଅରୁଣ କେବଳ ଭୁବନେଶ୍ବରରୁ ଟଙ୍କା ନେଇ ଦିଲ୍ଲୀରେ ଦେବା କାମରେ ନିୟୋଜିତ ହୋଇଥିଲେ । ତେବେ ଅରୁଣଙ୍କୁ ନିୟୋଜିତ କରିଥିବା ବ୍ୟକ୍ତିଙ୍କ ବାବଦରେ ପୋଲିସ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ।