ପୁରୀ: ପୁରୀରେ ନୌସେନା ମୁଖ୍ୟ ଆଡମିରାଲ ଦୀନେଶ କେ ତ୍ରିପାଠୀ । ଏହି ଗସ୍ତ ଅବସରରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ଡିସେମ୍ବର ୪ତାରିଖରେ ପୁରୀ ବେଳାଭୂମିରେ ଅନୁଷ୍ଠିତ ହେବାକୁ ଯାଉଛି ନୌସେନା ଦିବସ । ଏଥିପାଇଁ ପୁରୀରେ ନୌସେନାର ଯୁଦ୍ଧ ଜାହାଜ ସହ ଅଧିକାରୀମାନେ ଆସିଛନ୍ତି । ଏହିକ୍ରମରେ ପୁରୀ ଗସ୍ତରେ ଆସିଛନ୍ତି ନୌସେନା ମୁଖ୍ୟ ଆଡମିରାଲ ଦୀନେଶ କେ ତ୍ରିପାଠୀ । ପୁରୀ ଗସ୍ତରେ ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ଯିବା ପୂର୍ବରୁ ପ୍ରଥମେ ବଲୁ ଫ୍ଲାଗ ବିଚ ଯାଇ ନୌସେନା ଅଧିକାରୀଙ୍କ ସର୍ଭେକୁ ସମୀକ୍ଷା କରିଥିଲେ । ତାପରେ ଶ୍ରୀମନ୍ଦିର ଯାଇଥିଲେ ।