(ଅରୁଣ କୁମାର ସାହୁ): ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଲୋକଙ୍କ ସୁରକ୍ଷା ଓ କରୋନା ସଂକ୍ରମଣକୁ ରୋକିବା ପାଇଁ ଶିଳ୍ପାନୁଷ୍ଠାନ, ନିର୍ମାଣ କାର୍ୟ୍ୟ, ହୋଟେଲ ଓ ହସ୍ପିଟାଲିଟି, ଠିକାଦାର (ଉଭୟ ସରକାରୀ ଓ ଘରୋଇ) ଆଦିମାନଙ୍କୁ ରାଜ୍ୟ ବାହାରୁ ଶ୍ରମିକମାନଙ୍କୁ ଜୁଲାଇ ୩୧ତାରିଖ ବିଏମସି ଅଂଚଳକୁ ନଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଏହି ଅବଧି ମଧ୍ୟରେ ରାଜ୍ୟ ବାହାରୁ ଶ୍ରମିକମାନଙ୍କୁ ଆଣିଥାନ୍ତି ତା’ହେଲେ ସେମାନେ ଆସିବାର ୧୪ଦିନ ପର୍ୟ୍ୟନ୍ତ କ୍ୱାରେଣ୍ଟାଇନରେ ଯେଭଳି ରହିବେ ତାହା ସୁନିଶ୍ଚିତ କରାଇବେ। ଯଦି ସେମାନଙ୍କ ମଧ୍ୟରୁ କାହାରି ଦେହରେ ଲକ୍ଷଣ ଦେଖାଯାଏ ତା’ହେଲେ ବ୍ୟବସାୟିକ ସଂସ୍ଥାର ମାଲିକ ନିଜ ଖର୍ଚ୍ଚରେ ସେମାନଙ୍କର କୋଭିଡ୍ ପରୀକ୍ଷା କରାଇ ବିଏମସିକୁ ଅବଗତ କରାଇବେ। ଅଣହଟସ୍ପଟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଶ୍ରମିକମାନଙ୍କୁ ଜୁଲାଇ ୩୧ତାରିଖ ପର୍ୟ୍ୟନ୍ତ ନଆଣିବାକୁ ସେ ପରାମର୍ଶ ଦେଇଛନ୍ତି। ଯଦି କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଏହି ନିର୍ଦ୍ଦେଶକୁ ଅଣଦେଖା କରନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।