ଶରୀରକୁ ଫିଟ୍ ଓ ରୋଗମୁକ୍ତ ରଖେ ଯୋଗ

(ରିପୋର୍ଟସ ଟୁୁଡ଼େ): ଦିନକୁ ଦିନ ଯୋଗର ଚାହିଦା ବଢିବାରେ ଲାଗିଛି । ଯୋଗ ଶରୀର ପାଇଁ ବେଶ୍‌ ଉପଯୋଗୀ। ଯୋଗ ମାଧ୍ୟମରେ ବିଭିନ୍ନ ରୋଗରୁ ସହଜରେ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ତେଣୁ ଶରୀରକୁ ଫିଟ୍‌ ଓ ରୋଗମୁକ୍ତ ରଖିବା ଲାଗି ସକାଳୁ ସକାଳୁ ଯୋଗ କଲେ ମିଳିଥାଏ ସୁଫଳ। ତେବେ ଯୋଗ କରିବା ପୂର୍ବରୁ ଓ ପରେ କେତେ ସମୟ ବ୍ୟବଧାନରେ ଖାଦ୍ୟ ଖାଇବା ଦରକାର ଓ କ’ଣ ଖାଇବା ଉଚିତ୍‌ ସେନେଇ ସତର୍କ ରହିବା ଆବଶ୍ୟକ। ଯୋଗଦ୍ୱାରା ମାନସିକ ଅବସାଦ ଦୂର ହୋଇଥାଏ। ଯୋଗର ସିଧା ସଳଖ ପ୍ରଭାବ ହାଇପୋଥାଲାମସ୍‌ ଉପରେ ପଡେ। ଫଳରେ ଶରୀରରେ ବିଭିନ୍ନ ହରମୋନ୍‌ସ୍ତରରେ ସନ୍ତୁଳନ ରକ୍ଷା ହୋଇଥାଏ। ଏହାଦ୍ୱାରା ମାନସିକ ଚାପରୁ ମିଳିଥାଏ ମୁକ୍ତି। ବ୍ୟସ୍ତ ବହୁଳ ଜୀବନରେ ଯୋଗ ଏକ ମହୌଷଧୀ ସଦୃଶ କାର୍ୟ୍ୟ କରେ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।