ଭୁବନେଶ୍ୱର/ ସ୍ୱରୂପା ମହାପାତ୍ର: ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ଲୋକସେବା ଭବନର କନଭେନସନ ହଲରେ ବସିଛି ସ୍ୱତନ୍ତ୍ର ବୈଠକ । ଏହି ବୈଠକରେ ନୀତି ଆୟୋଗ ସଦସ୍ୟ ଭିକେ ପଲ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଛନ୍ତି । ବୈଠକ ପୂର୍ବାହ୍ନ ସାଢେ ୧୧ଟାରୁ ଆରମ୍ଭ ହୋଇ ଦିନ ସାଢେ ୧ଟା ଯାଏଁ ଚାଲିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ଆଗରେ ତଥ୍ୟ ଉପସ୍ଥାପନ କରିବେ । ଏହି ଅବସରରେ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା, ଆକାଂକ୍ଷୀ ଜିଲ୍ଲା ପାଇଁ ଅଧିକ କେନ୍ଦ୍ରୀୟ ଅନୁଦାନ, ଗ୍ରାମ୍ୟ ଭିତିଭୂମି ସୁଦୃଢ କରିବା ପାଇଁ ଅଧିକ ଅନୁଦାନ, କୋଇଲା ରୟାଲଟି ସଂଶୋଧନ ପ୍ରସ୍ତାବ ଆଦି ଉପରେ ଓଡିଶା ଦାବି ଜଣାଇବାର ସମ୍ଭାବନା ରହିଛି ।